ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାତା ବୈଷ୍ଣୋ ଦେବୀଙ୍କ ପାଖ ଜଙ୍ଗଲରେ ହଠାତ ନିଆଁ ଲାଗିଯିବା ଫଳରେ ୨୫,୦୦୦ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ ରାସ୍ତାରେ ଫସିଯାଇଛନ୍ତି।

ବୈଷ୍ଣୋ ଦେବୀଙ୍କ ପାଖରେ ଥିବା ତ୍ରିକୁଟ ଜଙ୍ଗଲରେ ନିଆଁ। ନିଆଁ ଲଗାତାର ଦୁଇଦିନ ଧରି ଆୟତ କରାଯାଇନଥିବାରୁ ସହସ୍ରାଧିକ ତୀର୍ଥଯାତ୍ରୀ ରାସ୍ତାରେ ଫସି ରହିଥିବା ସୂଚନା ମିଳିଛି।

ବୁଧବାର ମଧ୍ୟାହ୍ନରେ ହଠାତ୍‌ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ପ୍ରବଳ ଖରା ଯୋଗୁଁ ନିଆଁ ଅଳ୍ପ ସମୟ ମଧ୍ୟରେ ଚାରିଆଡ଼େ ବ୍ୟାପି ଯାଇଥିଲା।

ନିଆଁକୁ ଦେଖି ବୈଷ୍ଣୋ ଦେବୀ ତୀର୍ଥଯାତ୍ରୀଙ୍କ ଯାତାୟତକୁ ବନ୍ଦ କରିଦିଆଯାଇଛି। ଏହାସହ ଯାତ୍ରା ପାଇଁ ଆଗୁଆ ପାଖାପାଖି ୨୦୦୦୦ ତୀର୍ଥଯାତ୍ରୀଙ୍କ ରେଜିଷ୍ଟ୍ରେସନକୁ ବାତିଲ କରିଦିଆଯାଇଛି।

ଅଗ୍ନିକାଣ୍ଡ ଯୋଗୁଁ ଅନେକ ତୀର୍ଥଯାତ୍ରୀ ରାସ୍ତାରେ ଅଟକି ରହିଛନ୍ତି। ବାୟୁସେନା ହେଲିକପ୍ଟର ଯୋଗେ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି।

ନିଆଁ ଲିଭାଇବାରେ ବାୟୁସେନା, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡ ନିୟନ୍ତ୍ରଣକୁ ଆସିନଥିବାରୁ ବୈଷ୍ଣୋ ଦେବୀରୁ ଦର୍ଶନ ସାରି ଫେରୁଥିବା ତୀର୍ଥଯାତ୍ରୀ ବାଟରେ ଫସିରହିଛନ୍ତି।

ବୈଷ୍ଣୋ ଦେବୀଙ୍କ ପାଖରେ ଥିବା ତ୍ରିକୁଟ ଜଙ୍ଗଲରେ ନିଆଁ ଲାଗିଛି। ଜାମ୍ମୁ କାଶ୍ମିର ବ୍ୟତିତ ଉତ୍ତରଖଣ୍ଡର ଗଢୱାଲ ଏବଂ କୁମାଓଁ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ଗଢୱାଲର ୫୨୪ ହେକ୍ଟର ଏବଂ କୁମାଓଁର ୫୦୦ ହେକ୍ଟର ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ନିଆଁ ଲିଭାଇବାକୁ ୪୦୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Comment