ଓଡ଼ିଶାଲାଇଭ୍‌ ବ୍ୟୁରୋ

କାନାଡାର ଟରୋଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ପୋରଣ ଘଟି ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। 

କାନାଡାର ରାଜଧାନୀ ଟରୋଣ୍ଟୋରେ ଏକ ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ। ଟରୋଣ୍ଟର ପିଲ୍‌ ରିଜିଓନାଲ ଅଞ୍ଚଳରେ ଏହି ବିସ୍ପୋରଣ ଘଟିଛି। ଗୁରୁବାର ରାତି ପ୍ରାୟ ୧୦.୩୦ବେଳେ ବମ୍ବେ ଭେଲ୍‌ ନାମକ ହୋଟେଲରେ ଏହି ବିସ୍ପୋରଣ ଘଟିଛି।

ଏହି ବିସ୍ପୋରଣରେ ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦ ମୁକ୍ତ ଅଛନ୍ତି ବୋଲି ସୂଚନା ମିଳିଛି।

ଘଟଣାସ୍ଥଳରୁ ଦୁଇ ଜଣ ସଂଗ୍ଦିଧ ଫେରାର ହୋଇଯାଇଥିବା ସୂଚନା  ମିଳିଛି। ଉନ୍ନତମାନର ବିସ୍ପୋରକ ଡିଭାଇସ୍‌ ଦ୍ୱାରା ଏହି ବିସ୍ପୋରଣ କରାଯାଇଥିବା ଜଣାପଡ଼ିଛି।।

୨ ଜଣ ସଂଦିଗ୍ଧ ଏହି ବିସ୍ପୋରକକୁ ହୋଟେଲରେ ରଖିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Comment