ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ।

ଏଚଡି କୁମାରସ୍ୱାମୀ କର୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ତାଙ୍କୁ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ପଡ଼ିବ।

କର୍ଣ୍ଣାଟକ ରାଜନୀତିକୁ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ସର୍ବାଧିକ ଆସନରେ ଜିତିଥିବା ୟେଦ୍ୟୁରପ୍ପା ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ସଂଖ୍ୟାଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ। ଗତ ବୁଧବାର ଦିନ କଂଗ୍ରେସ-ଜେଡିୟୁ ମେଂଟର ନେତା କୁମାରସ୍ୱାମୀ ବୁଧବାର କର୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଜେଡିଏସ ଏବଂ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇ ମେଣ୍ଟ ସରକାର ଗଠନ ହୋଇଥିଲା। କଂଗ୍ରେସର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପରେ ୨୫ ତାରିଖରେ କ୍ୟାବିନେଟ୍ ଗଠନ ହେବ। ବାଚସ୍ପତି ହେବେ କଂଗ୍ରେସ ବିଧାୟକ କେଆର ରମେଶ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୨୪ ଆସନ ବିଶିଷ୍ଟ ବିଧାନସଭା ଆସନରୁ ୨୨୨ଟି ଆସନ ପାଇଁ ଭୋଟ ହୋଇଥିଲା। ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୮ ଏବଂ ଜେଡିଏସ୍‌ ୩୭ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ-ଜେଡିଏସ୍ ସହ ମେଣ୍ଟ କରିଥିଲା।

LEAVE A REPLY

Please enter your comment!
Please enter your name here