ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତାରାତି ସେଲିବ୍ରିଟି ପାଲଟିଯାଇଥିବା ‘ଡ୍ୟାନ୍ସିଂ ଅଙ୍କଲ’ଙ୍କୁ ମଧ୍ୟ ପ୍ରଦେଶ ଭିଦିଶା ମୁନିସିପାଲଟି କର୍ପୋରେଶନର ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି।

ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କ ମଚାଇଛି ଧୁମ୍। ରାତାରାତି ହୋଇଯାଇଛନ୍ତି ସୋସିଆଲ୍ ମିଡିଆରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ରାତାରାତି ସେଲିବ୍ରିଟି ପାଲଟିଯାଇଥିବା ‘ଡ୍ୟାନ୍ସିଂ ଅଙ୍କଲ’ଙ୍କୁ ମଧ୍ୟ ପ୍ରଦେଶ ଭିଦିଶା ମୁନିସିପାଲଟି କର୍ପୋରେଶନର ବ୍ରାଣ୍ଡ୍ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଛି।

ବୟସ ଆଗରେ ସବୁକିଛି ହାର୍‌ ମାନେ ବୋଲି ପ୍ରମାଣ କରି ଦେଖାଇଛନ୍ତି ‘ଡ୍ୟାନ୍ସିଂ ଅଙ୍କଲ’। ଅଙ୍କଲଙ୍କ ଡ୍ୟାନ୍ସ ଦେଖି ସମସ୍ତେ ଦିଓ୍ଵାନା ହୋଇ ଯାଇଛନ୍ତି। ଚତ୍ମକାର ଡ୍ୟାନ୍ସରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ମାତ୍ ଦେଇଛନ୍ତି।

‘ଡ୍ୟାନ୍ସିଂ ଅଙ୍କଲ’ଙ୍କ ପ୍ରକୃତ ନାମ ସଞ୍ଜୀବ ଶ୍ରୀବାସ୍ତବ। ସେ ମଧ୍ୟ ପ୍ରଦେଶର ଭିଦିଶା ବାସିନ୍ଦା। ସେ ବର୍ତ୍ତମାନ ଭୋପାଳର ଭାଭା ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଇଲେକଟ୍ରୋନିକ୍ସର ସହାୟକ ପ୍ରଫେସର ଅଛନ୍ତି।

କିଛି ଦିନ ପୂର୍ବେ ନିଜର ଏକ ସମ୍ପର୍କୀୟଙ୍କ ବିବାହ ସମାରୋହରେ ଭାଗ ନେଇଥିଲେ ସଞ୍ଚିବ।୧୯୮୭ରେ ଗୋବିନ୍ଦାଙ୍କ ଫିଲ୍ମ ‘ଖୁଦଗର୍ଜ’ର ଗୀତ ‘ମୈ ସେ ମୀନା ସେ ନା ସାକି ସେ’ରେ ଡ୍ୟାନ୍ସ କରୁଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଲୋକେ ତାଙ୍କର ଡ୍ୟାନ୍ସକୁ ବହୁତ ପ୍ରଶଂସା କରିଛନ୍ତି।

ସଞ୍ଜୀବଙ୍କ ପାଖକୁ ଏବେ ବଢ଼ିବାରେ ଲାଗିଛି ଶୁଭେଚ୍ଛୁଙ୍କ ପ୍ରଂଶସା ପତ୍ର। ଏପରିକି ଖୋଦ୍ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ତାଙ୍କର ପ୍ରଂଶସା କରିଛନ୍ତି।

Comment