ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାମନଗରରେ ବିମାନ ‘ଜାଗୁଆର’ ଦୁର୍ଘଟଣା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି।

ଗୁଜୁରାଟର କଚ୍ଛ ଜିଲ୍ଲାରେ ମଙ୍ଗଳବାର ସକାଳୁ ଘଟିଛି ଏକ ଅଘଟଣ। ଭାରତୀୟ ବାୟୁସେନାର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନର ପାଇଲଟ ସଞ୍ଜୟ ଚୌହାଣଙ୍କ ମୃତ୍ୟୁ ଘଟିଛି।

ସଞ୍ଜୟ ବାୟୁସେନାର ଏୟାର କମାଣ୍ଡର ପଦରେ ଅବସ୍ଥାପିତ ଥିଲେ।

‘ଜାଗୁଆର’ ବିମାନଟି ରୁଟିନ୍ ମିଶନ ଚାଲିଥିବା ସମୟରେ ମଙ୍ଗଳବାର ସକାଳ ୧୦.୩୦ ଜାମନଗରରୁ ଉଡ଼ାଣ ଭରିଥିଲା।

‘ଜାଗୁଆର’ ବିମାନ ବାୟୁସେନାର ଏକ ଖାସ୍ ବିମାନ। ଏହା ଶତ୍ରୁ ସୀମାରେ ପଶି ଆକ୍ରମଣ କରିବାକୁ ସକ୍ଷମ।

Comment