ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଟୋବର ୨୦୦୯ରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ନିଜର ଦରମା ବର୍ଷକୁ ୧୫ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଏବେ ମଧ୍ୟ ସେ ବର୍ଷକୁ ୧୫ କୋଟି ନେଉଛନ୍ତି।

ରିଲାଏନ୍ସ ଗ୍ରୁପ ମୁଖ୍ୟ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି। ଗତ ୧୦ ବର୍ଷ ହେଲା ସେ ନିଜର ଦରମା ବୃଦ୍ଧି କରିନାହାନ୍ତି। ନିଜ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଦରମା ବଢ଼ିଥିଲେ ମଧ୍ୟ ମୁକେଶଙ୍କ ଦରମା ଏଯାଏଁ ବଢ଼ିନାହିଁ।

ଅକ୍ଟୋବର ୨୦୦୯ରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ନିଜର ଦରମା ବର୍ଷକୁ ୧୫ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ନିଜର ଦରମା ବଢ଼ାଇନାହାନ୍ତି। ଏବେ ମଧ୍ୟ ସେ ବର୍ଷକୁ ୧୫ କୋଟି ନେଉଛନ୍ତି।

ଏହି ସମୟ ମଧ୍ୟରେ କମ୍ପାନିର ଅନ୍ୟ ନିର୍ଦ୍ଦେଶକ ମାନଙ୍କ ଦରମା ଅନେକଗୁଣ ବଢିଯାଇଛି। କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିତେଶ ମେଓ୍ଵାନିଙ୍କ ଦରମା ପ୍ରାୟ ୨୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ୧୦ ବର୍ଷ ମଧ୍ୟରେ ରିଲାଏନ୍ସ କମ୍ପାନି ଲାଭାଂଶ ବାବଦରେ ପ୍ରାୟ ୧୪,୫୫୦ କୋଟି ଟଙ୍କା ପାଇଛି।

ମୁକେଶ ଅମ୍ବାନି ୨.୭୬ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ ଦେଶର ସବୁଠୁ ଧନୀ ଓ ସମଗ୍ର ଏସିଆରେ ୩ୟ ଧନୀ ବ୍ୟକ୍ତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଫୋବର୍ସ ପତ୍ରିକା ଅନୁଯାୟୀ ବିଶ୍ଵ ଧନୀ ତାଲିକାରେ ୧୯ନମ୍ବର ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନି।

Comment