ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୌସୁମୀ ବର୍ଷା ଜୁନ୍ ୨୭ ବେଳକୁ ଜୋର ଧରିବ। ଜୁନ ୮ ତାରିଖରେ ଏହା ଓଡ଼ିଶା ଛୁଇଁଥିଲେ ହେଁ ତାପରଠୁ ଦୁର୍ବଳ ହୋଇପଡ଼ିଛି। ମାସ ଶେଷ ଅର୍ଥାତ ୨୭ ତାରିଖ ବେଳକୁ ଏହା ସକ୍ରିୟ ହେବା ଆଶା କରାଯାଉଛି ଏବଂ ତାପରେ ସମଗ୍ର ରାଜ୍ୟରେ ବର୍ଷା ହେବ।

ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ୨୭ ବେଳକୁ ହିଁ ପାଣିପାଗ ବଦଳିବ।

ବଙ୍ଗୋପସାଗରରେ ଏକ ଘୂର୍ଣ୍ଣି ଝଡ଼ ଦାନା ବାନ୍ଧୁଛି ବୋଲି ସୋଆ ଏବଂ ସେଣ୍ଟର ଫର ଏନଭାରନୋମେଣ୍ଟ ଓ କ୍ଲାଇମେଟ ପକ୍ଷରୁ କୁହାଯାଇଛି। ଏହି ଘୂର୍ଣ୍ଣି ପ୍ରବାହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ବୋଲି କହିଛନ୍ତି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ।

Comment