ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପ-ଝିଅଙ୍କ ପାଇଁ  ୨୦୦୦ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଅଗରତାଲାର ଦିହାଡ଼ିରେ ଘଟିଛି ଏହି ଘଟଣା। ଜଙ୍ଗଲରେ କାଠ କାଟି ନିଜର ପରିବାର ଚଳାଉଥିବା ସ୍ୱପ୍ନ ଦେବ ବର୍ମା ଓ ତାଙ୍କ ଝିଅ ସୋମତି ରେଳ ଧାରଣାରେ ହୋଇଥିବା ଫାଟ ସମ୍ପର୍କରେ ଟ୍ରେନ ଚାଳକଙ୍କୁ ଜଣାଇଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଟ୍ରେନଟି ବର୍ତ୍ତି ଯାଇଥିଲା।।

ବାପ-ଝିଅଙ୍କ ଏହି ସାହସୀ କାମ ହେତୁ ତ୍ରିପୁରାର ସ୍ୱାସ୍ଥ୍ୟମନ୍ତ୍ରୀ ସୁଦିପ ରାଏ ବର୍ମନ୍ ଜୁନ୍ ୨୧ ତାରିଖରେ ଦୁହିଁଙ୍କୁ ନିଜ ଘରକୁ ଖାଇବାକୁ ନିମନ୍ତ୍ରଣ କରିଥିଲେ। ଏଠାରେ ବାପଝିଅଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

ଅଗରତଲାର ଦିହାଡ଼ିରେ ଦିନ ମଜୁରିଆ ଭାବେ କାମ କରୁଥିବା ସ୍ୱପ୍ନଦେବ ବର୍ମା ଓ ତାଙ୍କ ଝିଅ ସୋମତି ଜୁନ୍ ୧୫ ତାରିଖରେ କାଠ ଗୋଟାଉ ଥିବା ସମୟରେ ରେଳ ଧାରଣାରେ ଫାଟ ଥିବା ଦେଖିବାକୁ ପାଇଥିଲେ। ଭୂସ୍ଖଳନ ହେତୁ ଏଭଳି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା।

ଏହାପରେ ବାପ-ଝିଅ ଦେଖିବାକୁ ପାଇଲେ ସାମ୍ନାରୁ ଦ୍ରୁତଗତିରେ ଏକ ଟ୍ରେନ୍ ମାଡି ଆସୁଛି। ସେମାନେ ନିଜେ ପିନ୍ଧିଥିବା ପୋଷାକକୁ ଓହ୍ଲାଇ ହାତରେ ଧରି ଟ୍ରେନ୍ ସାମ୍ନାରେ ହଲାଇ ଆଗକୁ ବିପଦ ଅଛି ବୋଲି ଟ୍ରେନ ଚାଳକଙ୍କୁ ସୂଚିତ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଚାଳକ କିଛି ବୁଝି ପାରି ନଥିଲେ।

କୌଣସି ଉପାୟ ନପାଇ ବାପ-ଝିଅ ମିଶି ଟ୍ରେନ୍ ଆଡକୁ ଦୌଡ଼ିବାକୁ ଲାଗିଥିଲେ। ଫଳରେ ଟ୍ରେନ ଚାଳକ ଜରୁରୀକାଳିନ ବ୍ରେକ୍ ଦେଇଥିଲେ। ଟ୍ରେନ୍ଟି ଯଦି ଫାଟ ଥିବା ଧାରଣା ଦେଇ ଗତି କରିଥାଆନ୍ତା ତେବେ ନିଶ୍ଚିତ ଏକ ଦୁର୍ଘଟଣା ଘଟି ଯାଇଥାଆନ୍ତା।

Comment