ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ‘ଚକ୍ରବ୍ୟୁହ’ ଫିଲ୍ମ କଥା ଆପଣଙ୍କର ମନେ ଥିବ। ଏହି ଫିଲ୍ମରେ ଅର୍ଜୁନ ରାମପାଲ ଓ ଇସା ଗୁପ୍ତା ଆଇପିଏସ ପତି-ପତ୍ନୀ ନକ୍ସଲ ଇଲାକାରେ କାମ କରନ୍ତି। ଇଏ ତ ରିଲ୍ ଲାଇଫର କଥା।

ରିଅଲ୍ ଲାଇଫ୍‌ରେ ମଧ୍ୟ ସେମିତି ଜଣେ ଆଇପିଏସ ଦମ୍ପତ୍ତି ଝାଡଖଣ୍ଡରେ ଅଛନ୍ତି। ଏହି ଦୁହିଁଙ୍କ ନାମ ହେଉଛି ପ୍ରଶାନ୍ତ ଆନନ୍ଦ ଓ ଶିବାନୀ ତିୱାରୀ।

ପ୍ରଶାନ୍ତ ଝାଡଖଣ୍ଡର ଲାତେହାରରେ ପୋଷ୍ଟିଂ ପାଇଥିଲାବେଳେ ତାଙ୍କ ପତ୍ନୀ ଶିବାନୀ ଗଡବାର ଏସପି ଅଛନ୍ତି। ଏହି ଦୁଇ ଜଣ ମିଶି ପାହାଡ଼ ଇଲାକାରେ ନକ୍ସଲଙ୍କ ବିରୋଧରେ ଲଢ଼ୁଛନ୍ତି।

ଗତ ତିନିଦିନ ପୂର୍ବରୁ ନକ୍ସଲ ଓ ପୋଲିସଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଏହି ଦମ୍ପତ୍ତି ସାମିଲ ହୋଇଥିଲେ। ଏଥିରେ ୬ଜଣ ଯବାନ ସହିଦ ହୋଇଥିଲାବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ।

୭ ଯବାନ ନିହତ ହୋଇଥିଲେ ମଧ୍ୟ ଏହି ଦମ୍ପତ୍ତି ଅଦମ୍ୟ ସାହସ ଦେଖାଇଥିଲେ। ନକ୍ସଲଙ୍କ ଉଚିତ ଜବାବ ଦେବା ପାଇଁ ନିଜ ଅଭିଯାନ ଜାରି ରଖିଛନ୍ତି।

ପ୍ରଶାନ୍ତ ଆନନ୍ଦ ଝାଡଖଣ୍ଡ କ୍ୟାଡରର ୨୦୧୩ ବ୍ୟାଚର ଆଇପିଏସ ଅଫିସର। ଗତ ନଭେମ୍ବର ୨୭ରେ ତାଙ୍କୁ ଲାତେହରରେ ପୋଷ୍ଟିଂ କରାଯାଇଥିଲା।

ତାଙ୍କ ପତ୍ନୀ ଶିବାନୀ ପଶ୍ଚିମବଙ୍ଗ କ୍ୟାଡରର ୨୦୧୧ବ୍ୟାଚର ଆଇପିଏସ। ବିବାହ ପରେ ଝାଡଖଣ୍ଡ କ୍ୟାଡରରେ ତାଙ୍କୁ ପୋଷ୍ଟିଂ ଦିଆଯାଇଥିଲା।

Comment