ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଆଜି ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସ୍‌ରେ ସୋମବାର ହାଜର ହୋଇଥିଲେ। ଘଣ୍ଟାଏ ପରେ ସିବିଆଇ ଅଫିସ୍‌ରୁ ପ୍ରଶାନ୍ତ ବାହାରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “ରାଜ୍ୟ ବାହାରକୁ ଯିବାର ଥିବାରୁ ସିବିଆଇକୁ ଜଣାଇବାକୁ ଆସିଥିଲି। ତାଛଡ଼ା ଆଉ କିଛି ନୁହେଁ।”

ଏପଟେ ସିବିଆଇ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ସମନ ଜାରି କରିଛି। କେନ୍ଦ୍ର ଡେପୁଟେସନରେ ଥିବା ପରାଗ ଗୁପ୍ତା ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ସଂଗ୍ରାମ କେଶରୀ ରାୟଙ୍କୁ ସମନ ଜାରି କରିଛି। ସିସୋର୍ ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଦୁଇ ଜଣଙ୍କୁ ସମନ କରିଛି ସିବିଆଇ।

ଏହି ଦୁଇ ଅଫିସରଙ୍କ ସହ କୌଣସି ସମ୍ପର୍କ ନଥିବା ପ୍ରଶାନ୍ତ କହିଛନ୍ତି। ସେମାନଙ୍କୁ କ’ଣ ପାଇଁ ଡକାଯାଇଛି ଜାଣିନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।

ଗତ ଜାନୁଆରୀ ୫ରେ ପ୍ରଶାନ୍ତଙ୍କୁ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ସିସୋର ଚିଟଫଣ୍ଡ ସଂସ୍ଥା ନାଁରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଥିଲା। ସିବିଆଇ ସିସୋର୍‍ ବିରୋଧରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍‌ରେ ୪୮୭ କୋଟି ଟଙ୍କା ଠକେଇ ହୋଇଥିବା ଉଲ୍ଲେଖ କରିଥିଲା। ପ୍ରଶାନ୍ତଙ୍କୁ ୨୦୧୩ରେ ମମ୍ବାଇରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। କେବଳ ପ୍ରଶାନ୍ତ ନୁହନ୍ତି, ସିସୋର୍‍ ସହ ଜଡ଼ିତ ପ୍ରଶାନ୍ତଙ୍କ ଭାଇ ପ୍ରଭାତ ଦାଶ ଏବଂ ମଧ୍ୟସ୍ଥି ଶୁଭଙ୍କର ନାୟକ ମଧ୍ୟ ଗିରଫ ହୋଇଥିଲେ।

LEAVE A REPLY

Please enter your comment!
Please enter your name here