ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମ୍ମୁକଶ୍ମୀର ବାଲଟାଲ୍‍ରେ ଭୂସ୍ଖଳନ ଯୋଗୁଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଅମରନାଥ ଯାତ୍ରାରେ ଅଘଟଣ। ଭୂସ୍ଫଳନ ଯୋଗୁଁ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଫଳରେ ଚଳିତବର୍ଷ ଦୁର୍ଘଟଣାରେ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି।

ଅମରନାଥଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ବାଲଟାଲ୍‍ରେ ଭୂସ୍ଫଳନ ହେବାରୁ ଭକ୍ତଙ୍କ ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶର ଟି ରାଧାନାମ୍‍ (ଜଣେ ୭୫ ବର୍ଷୀୟା ବୃଦ୍ଧା) ଓ ରାଧାକ୍ରିଷ୍ଣ ଶାସ୍ତ୍ରୀ (ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି)ଙ୍କ ହୃଦ୍‍ଘାତରେ ମୃତ୍ୟୁ ଘଟିଛି। ସେହିପରି ଉତ୍ତରାଖଣ୍ଡର ପୁଷ୍କର ଯୋଶୀ ନାମକ ଜଣେ ବ୍ୟକ୍ତି ପଥର ଖଣ୍ଡ ଖସିବା ଯୋଗୁଁ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବୁଧବାରଦିନ ସକାଳୁ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ଶିବିରରେ ସେମାନଙ୍କ ମୃତ ଶରୀରକୁ ବାଲ୍‍ଟାଲ୍‍ ଶିବିରରେ ରଖାଯାଇଛି।

ଚଳିତବର୍ଷ  ଦୁର୍ଘଟଣାରେ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି।

ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୩୬,୩୬୬ ଜଣ ଯାତ୍ରୀ ଅମରନାଥ ଦର୍ଶନ ପାଇଁ ଯାତ୍ରା କରିଥିବା ବେଳେ ୩୫୦୦ ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି।

Comment