ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ପୁରୁଷ ବିଶ୍ୱକପ୍‌ ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପୋଲିସ ଡିଜି।

ହକି ପୁରୁଷ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଲାଣି କଳିଙ୍ଗ ଷ୍ଟାଡିୟମ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି ବିଶ୍ୱକପ୍ ଚାଲିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ବିଶ୍ୱକପ୍‌ ବେଳେ ଭୁବନେଶ୍ୱରରେ ଏନ୍‌ଏସ୍‌ଜି କମାଣ୍ଡୋ ମୁତୟନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିବେ ବୋଲି କହିଛନ୍ତି ଡିଜି। ଭୁବନେଶ୍ୱରରେ ହକି ପୁରୁଷ ବିଶ୍ୱକପ୍‌ ପାଇଁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି।

“ହକି ପୁରୁଷ ବିଶ୍ୱକପ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସୁରକ୍ଷା କର୍ମୀଙ୍କ ସହ ଉତ୍ତମ ସମନ୍ୱୟ ରଖାଯାଇ ଷ୍ଟାଡିୟମ ଏବଂ ଖେଳାଳିମାନେ ରହୁଥିବା ହୋଟେଲରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହାସହ ବିଶ୍ୱକପ୍‌ରେ ଏନ୍‌ଏସ୍‌ଜି କମାଣ୍ଡୋ ମୁତୟନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯିବ”, କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ଏସ୍‌ଓଜି, ଓଏସ୍‌ଏପି ସୁରକ୍ଷା କର୍ମୀଙ୍କ ସମେତ ଓଡ୍ରାଫ, ଏସ୍‌ଟିୟୁ ଟିମ୍‌କୁ ଭୁବନେଶ୍ୱରରେ ନିୟୋଜିତ କରାଯିବ। ହକି ପୁରୁଷ ବିଶ୍ୱକପ୍‌ ବେଳେ ଭୁ୍ବନେଶ୍ୱରର ଟ୍ରଫିକ ପରିଚାଳନା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ।

Comment