ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସତୀଗୁଡା ଜଳ ଭଣ୍ଡାରରେ ବୁଧବାର ଅଘଟଣ ଘଟିଛି। ମାଛ ଧରିବାକୁ ଯାଇଥିବା ଏକ ଦେଶୀ ଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରୟାସ ଜାରି ରହିଛି।
ବୁଧବାର ସକାଳେ ଦୁଇ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଦେଶୀ ଡଙ୍ଗା ନେଇ ସତୀଗୁଡ଼ା ଜଳ ଭଣ୍ଡାର ଭିତରକୁ ଯାଇଥିଲେ। ହେଲେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଜଣେ ମତ୍ସ୍ୟଜୀବୀ ଫେରି ଆସିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବର୍ଷା ଓ ଝଡ଼ତୋଫାନ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଦମକଳ ବାହିନୀ ସମେତ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।


















