ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନଅଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର। ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି।

ଘଣ୍ଟ ଓ ହୁଳାହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡଦାଣ୍ଡ। ଟାହିଆ ସୁଶୋଭିତ ହୋଇ ଭକ୍ତଙ୍କ ଗହଳରେ ଝୁଲିଝୁଲି ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ। କାଳିଆ ସାଆନ୍ତଙ୍କୁ ସେବାୟତମାନେ ରଥ ପାଖକୁ ନେଇଯାଉଛନ୍ତି।

ଆଜି ସକାଳୁ ଶ୍ରୀମନ୍ଦିରର ଯଥାରୀତି ନୀତି ସମ୍ପନ୍ନ ହେଉଛି। ସକାଳର ପ୍ରଥମ ନୀତି ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ନିଆଯାଉଛି।

ଶ୍ରୀ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ରଥରେ ବିଜେ କରାଯାଇଛି। ବଡ଼ଭାଇଙ୍କୁ ତାଳଧ୍ଵଜ ରଥରେ ଅଧିଷ୍ଠିତ କରାଯିବା ସହ ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥରେ ବିଜେ କରାଯାଇଛି।

ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଥଯାତ୍ରା ଦେଖିବା ପାଇଁ ପୁରୀରେ ପହଞ୍ଚିଛନ୍ତି।

ରଥଯାତ୍ରାର ସିଧାପ୍ରସାରଣ ଲକ୍ଷଲକ୍ଷ ଦର୍ଶକ ଟେଲିଭଜନ ଚ୍ୟାନେଲ ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ଦେଖୁଛନ୍ତି।

ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଓଡ଼ିଶାଲାଇଭ୍‌ ଡିଜିଟାଲ ପୋର୍ଟାଲ (www.odisha.live), ୟୁଟ୍ୟୁବ ଚ୍ୟାନେଲ (www.youtube.com/odishalive) ଏବଂ ଫେସବୁକ୍ ପେଜ୍ (www.facebook.com/odishalive) ମାଧ୍ୟମରେ ଆପଣମାନଙ୍କ ପାଖରେ ପହଞ୍ଚୁଛି।

Comment