ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଇଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି କାଳିଆ ଠାକୁର। ନଅଦିନ ବ୍ୟାପି ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବୁଲିବାକୁ ଆସିଛନ୍ତି କାଳିଆ ସାଆନ୍ତ। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ଗୁଣ୍ଡିଚା ମନ୍ଦିର।

ରଥ ଉପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଗୋଟି ପହଣ୍ଡିରେ ମହାପ୍ରଭୁଙ୍କୁ ଅଣାଯାଇ ଆଡ଼ପ ମଣ୍ଡପରେ ବିଜେ କରାଯାଇଛି। ମଙ୍ଗଳବାର ଦିନଠାରୁ ଆଡ଼ପ ମଣ୍ଡପରେ ଅଭଡ଼ା ମିଳିବ।

ପୁରୀରେ ପ୍ରବଳ ବର୍ଷାରେ ରାସ୍ତଘାଟରେ ପାଣି ଜମିଛି। ତଥାପି ରଥାରୂଢ଼ ଦେବତାଙ୍କୁ ସ୍ଵଚକ୍ଷୁରେ ଦେଖିବା ପାଇଁ ଶରଧାବାଲିରେ ନାହିଁ ନଥିବା ଭିଡ଼। ଭଜନ, କୀର୍ତ୍ତନ ଓ ନୃତ୍ୟଗୀତରେ କମ୍ପୁଛି ଶରଧାବାଲି। ଆଧ୍ୟାତ୍ମିକମୟ ହୋଇଛି ଉଠିଛି ଗୁଣ୍ଡିଚା ମନ୍ଦିର ତତୁଃପାର୍ଶ୍ଵ।

ଆଗାମୀ ୧୮ତାରିଖ ଦିନ ହେରାପଞ୍ଚମୀ ଉତ୍ସବ ପାଳନ ହେବ। ମହାଲକ୍ଷ୍ମୀଙ୍କୁ ଏକୁଟିଆ ଛାଡ଼ି ମହାପ୍ରଭୁ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀଙ୍କୁ ଚାଲିଆସିଛନ୍ତି। ଏଥିରେ ଅଭିମାନ କରି ମା’ ଲକ୍ଷ୍ମୀ ହେରାପଞ୍ଚମୀ ଦିନ ଆସି ରୋଷରେ ରଥ କାଠ ଭାଙ୍ଗିବାର ପରମ୍ପରା ରହିଛି। ଯାହାକୁ ହେରା ପଞ୍ଚମୀ ବୋଲି କୁହାଯାଏ।  ୧୯ରେ ରଥକୁ ଦକ୍ଷିଣମୋଡ଼ କରାଯିବ। ୨୨ତାରିଖରେ ପ୍ରଭୁ ରଥରେ ବସି ପୁଣି ଶ୍ରୀମନ୍ଦିର ବାହୁଡ଼ିବେ।

LEAVE A REPLY

Please enter your comment!
Please enter your name here