ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରବିବାର ଦିନ ସବୁ ସରକାରୀ ଅଫିସର ଛୁଟି ବାତିଲ୍ କରିଛନ୍ତି। ଏଣୁ ସମସ୍ତ ସରକାରୀ  ଅଫିସ୍ ଖୋଲା ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଶୁକ୍ର ଓ ଶନିବାର ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ଦେଖାଦେଇଛି ବନ୍ୟା ପରିସ୍ଥିତି। ଲୋକେ ପାଣିଘେରରେ ରହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ନଦୀର ଜଳ ପତ୍ତନ ବୃଦ୍ଧି ପାଇଛି। ଆଗକୁ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରି ରବିବାର ସରକାରୀ ଛୁଟିକୁ ବାତିଲ୍ କରିଛନ୍ତି ରାଜ୍ୟ ସରକାର।

Comment