ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣସ୍‌ ଦାଖଲ ଅବଧିକୁ ଏକମାସ ବଢ଼ାଇ ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଟିକସଦାତାମାନେ ରିଟର୍ଣ୍ଣସ୍‌ ଫାଇଲ୍ କରିପାରିବେ। ଆୟକର ରିଟର୍ଣ୍ଣସ୍‌ ଫାଇଲ୍‌ର ଶେଷ ତାରିଖ ଥିଲା ଜୁଲାଇ ୩୧। ଏହାକୁ ଏକମାସ ବଢ଼ାଇ ଦେଇଛନ୍ତି ସରକାର।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆୟକର ରିଟର୍ଣ୍ଣସ୍‌ ପାଇଁ ଏପ୍ରିଲ୍ ମାସରେ ଫର୍ମ ଜାରି କରାଯାଇଥିଲା। ଜୁଲାଇ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା। ସିବିଡିଟି ସହ ଆଲୋଚନା କରି ଏହି ଅବଧିକୁ ଅଗଷ୍ଟ ୩୧ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି।

ଟିକସଦାତାମାନେ ଆଧାର କାର୍ଡ, ପ୍ୟାନ୍ କାର୍ଡ ଏବଂ ଆବଶ୍ୟକୀୟ କାଗଜପତ୍ର ଦେଖାଇ ସେମାନଙ୍କର ରିଟର୍ଣ୍ଣସ୍ ଫାଇଲ୍ କରିପାରିବେ। ଏହି ଅବଧି ଭିତରେ ରିଟର୍ଣ୍ଣସ୍ ଫାଇଲ୍ ନକଲେ ଜରିମାନା ଦେବାକୁ ପଡ଼ିବ।

Comment