ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ ଦୁନିଆର ‘ଦ ୱାଲ’ କୁହାଯାଉଥିବା ରାହୁଲ ଦ୍ରାଭିଡଙ୍କ ପୁଅ ସମିତ୍ ଦ୍ରାଭିଡ ସ୍କୁଲ କ୍ରିକେଟର ଏକ ମ୍ୟାଚ୍ରେ ଦମ୍ଦାର ଅଲ୍ରାଉଣ୍ଡ ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।
ବାପାଙ୍କ ପଥରେ ପୁଅ। ପୁଣି ଚର୍ଚ୍ଚାରେ ରାହୁଲ ଦ୍ରାଭିଡଙ୍କ ପୁଅ ସମିତ୍। ଭାରତୀୟ କ୍ରିକେଟରେ ‘ଦି ୱାଲ୍’ ଭାବେ ପରିଚିତ ତଥା ଭାରତ-ଏ ଓ ୧୯ ବର୍ଷରୁ କମ୍ ଦଳର କୋଚ୍ ରାହୁଲ ଦ୍ରାଭିଡଙ୍କ ପୁଅ ସମିତ୍ ଦ୍ରାଭିଡ ସ୍କୁଲ କ୍ରିକେଟର ଏକ ମ୍ୟାଚ୍ରେ ଦମ୍ଦାର ଅଲ୍ରାଉଣ୍ଡ ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।
୧୪ ବର୍ଷରୁ କମ୍ କୋଟ୍ଟୋନିଆନ ସିଲ୍ଡ ପ୍ରତିଯୋଗିତାରେ ମାଲ୍ୟା ଆଦିତି ଇଣ୍ଟରନ୍ୟାଶନାଲ ସ୍କୁଲ ପକ୍ଷରୁ ସମିତ ପ୍ରତିନିଧିତ୍ୱ କରୁଛନ୍ତି। କେମ୍ବ୍ରିଜ ସ୍କୁଲ ବିପକ୍ଷ ଏକ ମ୍ୟାଚ୍ରେ ସେ ବ୍ୟାଟିଂରେ ୫୧ ରନର ପ୍ରଶଂସନୀୟ ଇନିଂସ ଖେଳିବା ସହିତ ବୋଲିଂରେ ମାତ୍ର ୯ ରନ ବିନିମୟରେ ୩ଟି ଉଇକେଟ୍ ହାସଲ କରିଛନ୍ତି।
୧୨ ବର୍ଷୀୟ ସମିତ୍ଙ୍କ ଏହି ପ୍ରଦର୍ଶନ ବଳରେ ମାଲ୍ୟା ଇଣ୍ଟରନ୍ୟାଶନାଲ ସ୍କୁଲ ୯ ଉଇକେଟ୍ରେ ବୃହତ୍ ବିଜୟ ହାସଲ କରିଛି। ପୂର୍ବରୁ ସମିତ୍ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ।
ଗତ ଜାନୁୟାରୀରେ ବିଟିଡବ୍ଲ୍ୟୁ କପ୍ (୧୪ ବର୍ଷରୁ କମ୍) ପ୍ରତିଯୋଗିତାରେ ସେ ମ୍ୟାଚ୍ ବିଜୟୀ ଶତକୀୟ ଇନିଂସ ଖେଳିଥିଲେ। ସେହିଭଳି ୨୦୧୫ରେ ୧୨ ବର୍ଷରୁ କମ୍ ଗୋପାଳନ କ୍ରିକେଟ ଚ୍ୟାଲେଞ୍ଜର ପ୍ରତିଯୋଗିତାରେ ସେ ‘ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ’ ବିବେଚିତ ହୋଇଥିଲେ।
ନିକଟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ଭାରତୀୟ ୧୯ ବର୍ଷରୁ କମ୍ କ୍ରିକେଟ ଦଳରେ ସୁଯୋଗ ପାଇ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି।
ବାପାଙ୍କ ଭଳି କ୍ରିକେଟର ହେବା ପାଇଁ ଛୋଟବେଳୁ ଲକ୍ଷ୍ୟ ରଖିଥିବା ସମିତ ଆଗାମୀ ଦିନରେ ଭାରତୀୟ ଟିମରେ ଖେଳିବା ଆଶା ପୂରଣ ହେବ ଏଥିରେ ସନ୍ଦେହ ନାହିଁ।