ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ବିଏମ୍‌ସିର ଜବରଦଖଲ ଉଚ୍ଛେଦ। ବିଏମ୍‌ସି, ବିଡିଏ ପକ୍ଷରୁ ୩ଟି ଜେସିବି ଲାଗି ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି।

ଇସ୍କନ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ। ମନ୍ଦିର ସାମ୍ନାରେ ଥିବା ସମାଧି ପୀଠକୁ ପ୍ରଥମେ ଉଚ୍ଛେଦ କରାଯାଉଛି। ଏହାକୁ ନେଇ ଇସ୍କନ ଅନୁଗାମୀ ଓ ପୋଲିସ ମଧ୍ୟ ଲାଗିଛି ଖଣ୍ଡଯୁଦ୍ଧ।

ଲଗାଣ ବର୍ଷାରେ ଭୁବନେଶ୍ୱର ଜଳମଗ୍ନ ହେବାପରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ବିଶେଷକରି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ପାଣି ଜମି ରହୁଥିବାରୁ ଶନିବାର ମନ୍ଦିର ସମ୍ମୁଖରେ ଥିବା ସମାଧିପୀଠକୁ ଉଚ୍ଛେଦ କରାଯାଉଛି।

ବିଏମ୍‌ସି, ବିଡିଏ ପକ୍ଷରୁ ୩ଟି ଜେସିବି ଲାଗି ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି।

ଅନୁଗାମୀମାନେ ସମାଧିପୀଠକୁ ଘେରି ରହିଥିବା ଯୋଗୁଁ ପୋଲିସ ସେମାନଙ୍କୁ ଉଠାଇ ନେଇଛି। ଏହାକୁ ବିରୋଧ କରି ସେମାନେ ଇଟା, ପଥର ମାଡ଼ କରିବାରୁ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା।

ଶନିବାର ଦିନ ସକାଳେ ମନ୍ଦିର ଉଚ୍ଛେଦ କରାଯିବା ବେଳେ ଅନୁଗାମୀମାନେ ଏହାକୁ ବିରୋଧ କରିଥିଲେ। ଇସ୍କନ ଅନୁଗାମୀଙ୍କ କହିବାନୁଯାୟୀ ସମାଧି ଭାଙ୍ଗିବାକୁ ଆମକୁ ଆଉ କିଛିଦିନ ସମୟ ଦିଆଯାଉ।

ଅନୁଗାମୀମାନେ ଦୀର୍ଘ ସମୟ ଧରି ସମାଧିକୁ ଘେରି ରହିଥିଲେ। ଦୀର୍ଘ ଦେଢ଼ଘଣ୍ଟା ପରେ ବାଧ୍ୟ ହୋଇ ପୋଲିସ ସେମାନଙ୍କୁ ହଟାଇବାକୁ ଉଦ୍ୟମ କରିଥିଲା। ତେବେ ପୂଜକମାନେ ସମାଧିପୀଠରୁ ନ ଉଠିବାରୁ ପୋଲିସ ସେମାନଙ୍କୁ ବଳପୂର୍ବକ ଉଠାଇ ନେଇଥିଲା।

ଉତ୍ତ୍ୟକ୍ତ ହୋଇ ଅନୁଗାମୀମାନେ ପୋଲିସକୁ ଇଟା, ପଥର ମାଡ଼ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ମୃଦୁ ଲାଠିଚାଳନା କରିଛି।

ପୂର୍ବରୁ ବେଆଇନ ନିର୍ମାଣ ପାଇଁ ଗତ ୨୫ରେ ଇସ୍କନକୁ ବିଏମ୍‌ସି ନୋଟିସ୍ କରିଥିଲା। ଡ୍ରେନ୍‌ ଅବରୋଧ ଯୋଗୁଁ ଇସ୍କନ ଆଗରେ ସବୁବେଳେ ବର୍ଷା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଥାଏ।

Comment