ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ଵାଟ୍ସଆପ୍ଭାରତରେ ମିଥ୍ୟା ଖବର ଗୁଜବ ପ୍ରସାର ରୋକିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି

ଗତ କିଛିଦିନ ଧରି ମେସେଜିଂ ଆପ୍ଲିକେସନ୍‌ ହ୍ଵାଟ୍‌ସଆପ୍‌ ଜରିଆରେ ପିଲାଚୋରି ଗୁଜବ ଖବର ବ୍ୟାପିବାରେ ଲାଗିଛି। ଏହାର କୁପରିଣତି ସ୍ୱରୂପ ଦେଶରେ ମୋଟ ୩୦ଟି ହତ୍ୟାକାଣ୍ଡ ଘଟିସାରିଲାଣି।

ଏ ପରିପ୍ରେକ୍ଷୀରେ ହ୍ଵାଟ୍‌ସଆପ୍‌ ଦ୍ୱାରା ମିଥ୍ୟା ଖବର ଓ ଗୁଜବ ପ୍ରସାର ବନ୍ଦ କରିବା ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ। ହ୍ଵାଟ୍‌ସଆପ୍‌ ବର୍ତ୍ତମାନ ଭାରତରେ ଏହାକୁ ରୋକିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି।

ହ୍ଵାଟ୍‌ସଆପ୍‌ ବିଭିନ୍ନ ଖବରକାଗଜ ଗୁଡିକରେ ଫୁଲ୍‌ ପେଜ୍‌ ବିଜ୍ଞାପନ ମାଧ୍ୟମରେ ଲୋକମାନଙ୍କୁ ମିଥ୍ୟା ଖବର ତଥା ଭିତ୍ତିହୀନ ମେସେଜ୍‌ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି। ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇ ଏହା ଅବାସ୍ତବ ତଥା ମିଥ୍ୟା ଖବର ଚିହ୍ନଟ କରିବା ପାଇଁ ଟିପ୍ସ ପ୍ରଦାନ କରିଛି। ଆସନ୍ତୁ ଜାଣିବା…

ଆପଣଙ୍କୁ ଏକ ବାର୍ତ୍ତା ଫର ୱାର୍ଡ କରାଯିବା ବେଳେ ଜାଣନ୍ତୁ

ଚଳିତ ସପ୍ତାହରୁ ଆରମ୍ଭ କରି, ଆମେ ଗୋଟେ ନୂଆ ବୈଶିଷ୍ଟ୍ୟ ପ୍ରଚଳନ କରିଛୁ ଯାହା ଆପଣଙ୍କୁ କେଉଁ ବାର୍ତ୍ତା ଫରଓ୍ବାର୍ଡ କରାଯାଇଛି ଜଣାଇଥାଏ। ଯେତେବେଳେ ଆପଣ ମୂଳ ବାର୍ତ୍ତାଟିକୁ କିଏ ଲେଖୁଛନ୍ତି ନିଶ୍ଚିତ ନଥାନ୍ତି ସେତେବେଳେ ତଥ୍ୟର ସତ୍ୟତା ପାଇଁ ଦୁଇଥର ଯାଞ୍ଚ୍ କରନ୍ତୁ।

ଆପଣଙ୍କ ମାନସିକ ଅଶାନ୍ତିର କାରଣ ହେଉଥିବା ସୂଚନା ଉପରେ ପ୍ରଶ୍ନ କରନ୍ତୁ

ଯଦି ଆପଣ କିଛି ବିଷୟ ପଢ଼ନ୍ତି ଯାହା ଆପଣଙ୍କୁ କ୍ରୋଧାନ୍ଵିତ କିମ୍ବା ଭୟଭୀତ କରୁଥାଏ, ପ୍ରଶ୍ନ ପଚାରନ୍ତୁ ଯେ ଆପଣଙ୍କୁ ସେହିଭଳି ଅନୁଭବ କରାଇବା ପାଇଁ ଏହା ସେୟାର୍ କରାଯାଇଥିଲା କି। ଆଉ ଯଦି ଉତ୍ତର ହଁ ହୋଇଥାଏ, ଏହାକୁ ପୁଣି ସେୟାର୍ କରିବା ପୂର୍ବରୁ ଦୁଇ ଥର ଚିନ୍ତା କରନ୍ତୁ।

ଅବିଶ୍ଵସନୀୟ ଲାଗୁଥିବା ସୂଚନାକୁ ଯାଞ୍ଚ୍ କରନ୍ତୁ

ବିଶ୍ଵାସ କରିହେଉନଥିବା ଷ୍ଟୋରୀଗୁଡ଼ିକ ବହୁ ସମୟରେ ଅସତ୍ୟ ହୋଇଥାଏ – ସେଗୁଡ଼ିକ ପ୍ରକୃତରେ ସତ୍ୟ କି ନୁହେଁ ଦେଖିବାକୁ ଯେକୌଣସି ସ୍ଥାନରେ ଯାଞ୍ଚ୍ କରନ୍ତୁ।

ଭିନ୍ନ ଲାଗୁଥିବା ବାର୍ତ୍ତାଗୁଡ଼ିକ ପ୍ରତି ସତର୍କ ରହନ୍ତୁ

ପ୍ରତାରଣା କିମ୍ବା ମିଛ ଖବର ରହିଥିବା ଅନେକ ବାର୍ତ୍ତାରେ ବନାନ ଅଶୁଦ୍ଧି ରହିଥାଏ। ସେହି ସଙ୍କେତଗୁଡ଼ିକ ଖୋଜନ୍ତୁ ଫଳରେ ଆପଣ ଯାଞ୍ଚ୍ କରିପାରିବେ ଯେ ସୂଚନା ସଠିକ କି ନୁହେଁ।

ବାର୍ତ୍ତାଗୁଡ଼ିକରେ ଥିବା ଫଟୋଗୁଡ଼ିକ ଯତ୍ନ ସହକାରେ ଯାଞ୍ଚ୍ କରନ୍ତୁ

ଫଟୋ ଓ ଭିଡିଓଗୁଡ଼ିକୁ ବିଶ୍ଵାସ କରିବା ଅଧିକ ସହଜ, କିନ୍ତୁ ଏଗୁଡ଼ିକ ମଧ୍ୟ ଆପଣଙ୍କୁ ବିଭ୍ରାନ୍ତ କରିପାରେ। ବେଳେବେଳେ ଫଟୋ ପ୍ରକୃତ ହୋଇଥାଏ, ତା’ ସହିତ ଥିବା ଷ୍ଟୋରୀ ମିଛ ହୋଇଥାଏ। ତେଣୁ ଫଟୋ କେଉଁଠାରୁ ଆସିଛି ଜାଣିବାକୁ ଅନଲାଇନ୍‌ରେ ଦେଖନ୍ତୁ।

ଆଉ ଲିଙ୍କ୍‌ଗୁଡ଼ିକ ମଧ୍ୟ ଯାଞ୍ଚ୍ କରନ୍ତୁ

ଲିଙ୍କ୍‌ଟି ଏକ ସୁପରିଚିତ ୱେବସାଇଟ୍‌କୁ ଯାଉଥିବା ପରି ଲାଗିପାରେ କିନ୍ତୁ ବନାନ ଅଶୁଦ୍ଧି କିମ୍ବା ଅସ୍ବାଭାବିକ ଅକ୍ଷର ରହିଥାଏ, ଏହା ସାଧାରଣତଃ କିଛି ଭୁଲ୍‌ ଚାଲିଥିବାର ସଙ୍କେତ।

ଅନ୍ୟ ଉତ୍ସଗୁଡ଼ିକ ବ୍ୟବହାର କରନ୍ତୁ

ସମ୍ପୃକ୍ତ ଷ୍ଟୋରୀ ଅନ୍ୟ କେଉଁଠାରେ ରିପୋର୍ଟ କରାଯାଇଛି କି ନାହିଁ ଦେଖିବାକୁ ଅନ୍ୟ ନ୍ୟୁଜ୍‌ େଓ୍ବବସାଇଟ୍‌ କିମ୍ବା ଆପ୍ଲିକେସନ୍‌ଗୁଡ଼ିକ ଉପରେ ନଜର ପକାନ୍ତୁ। ଯେତେବେଳେ ଏକ ଷ୍ଟୋରୀ ଏକାଧିକ ସ୍ଥାନରେ ରିପୋର୍ଟ କରାଯାଇଥାଏ, ଏହା ସତ୍ୟ ହୋଇଥିବାର ବହୁତ ସମ୍ଭାବନା ରହିଥାଏ।

ଆପଣ ଯାହା ସେୟାର୍ କରୁଛନ୍ତି ସେ ସମ୍ପର୍କରେ ଚିନ୍ତାଶୀଳ ହୁଅନ୍ତୁ

ଯଦି ଆପଣ ଉତ୍ସ ସମ୍ପର୍କରେ ନିଶ୍ଚିତ ନୁହଁନ୍ତି କିମ୍ବା ଚିନ୍ତିତ ଯେ ସୂଚନାଟି ଅସତ୍ୟ ହୋଇପାରେ, ସେୟାର୍‌ କରିବା ପୂର୍ବରୁ ଦୁଇ ଥର ଚିନ୍ତା କରନ୍ତୁ।

ଆପଣ କଣ ଦେଖିବେ ତାହା ନିୟନ୍ତ୍ରଣ କରିପାରିବେ

ହ୍ଵାଟ୍‌ସଆପ୍‌ରେ ଆପଣ ଯେକୌଣସି ନମ୍ବରକୁ ବ୍ଲକ୍ କରିପାରିବେ କିମ୍ବା ଆପଣ ଚାହୁଁଥିବା ଯେକୌଣସି ଗୋଷ୍ଠୀ ଛାଡ଼ିପାରିବେ। ଆପଣଙ୍କ ହ୍ଵାଟ୍‌ସଆପ୍‌ ଅନୁଭୂତିକୁ ନିୟନ୍ତ୍ରଣରେ ରଖିବାକୁ ଏହି ବୈଶିଷ୍ଟ୍ୟଗୁଡ଼ିକ ବ୍ୟବହାର କରନ୍ତୁ।

ବହୁ ସମୟରେ ମିଛ ଖବର ଭାଇରାଲ୍ ହୋଇଥାଏ

ଆପଣ କେତେ ଥର ବାର୍ତ୍ତାଟିକୁ ପ୍ରାପ୍ତ କରୁଛନ୍ତି ସେଥି ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। କେବଳ ଗୋଟିଏ ବାର୍ତ୍ତା ଅନେକ ଥର ସେୟାର୍‌ କରାଯାଉଥିବା କାରଣରୁ ଏହା ସତ୍ୟ ବୋଲି ଧରାଯିବା ଉଚିତ ନୁହେଁ।

Comment