ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଓଡ଼ିଶାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଅର୍ଥ ଗଣିବାକୁ ହେବ। ଘରୋଇ କଲେଜରେ ଯେଉଁମାନେ ପଢୁଛନ୍ତି ସେମାନଙ୍କ ପାଇଁ ଏହିସବୁ ବୃତ୍ତିଗତ ଶିକ୍ଷା ଲାଗି ପୂର୍ବ ଅପେକ୍ଷା ଅଧିକ ଫି ଦେବାକୁ ପଡ଼ିବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ୨୦୦୭ ବୈଷୟିକ ଶିକ୍ଷା ଆଇନ ଅଧୀନରେ ଥିବା ସମସ୍ତ ବୃତ୍ତିଗତ କଲେଜ୨୦୧୮-୧୯ ଶିକ୍ଷା ବର୍ଷରୁ ଏହି ବର୍ଦ୍ଧିତ ଫି ନେବେ। ଫି ବୃଦ୍ଧି ପାଇଲା ପରେ ଏବେ ଅଭିଭାବକମାନଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ହେବ।

ମେଡିକାଲ ଓ ଇଞ୍ଜିନିୟରିଂ ବ୍ୟତୀତ ବିଡିଏସ୍, ଏମ୍‌ ଟେକ୍, ବି ଆର୍କ, ଏମ ଆର୍କ, ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମ ପାଇଁ ମଧ୍ୟ ଅଧିକ ଫି ଦେବାକୁ ପଡ଼ିବ। ସଂଶୋଧିତ ଫି ଚାର୍ଟ ଅନୁଯାୟୀ ରାଉରକେଲାରେ ଥିବା ହାଇ-ଟେକ ମେଡିକାଲ କଲେଜର ଏମ୍‌ବିବିଏସ୍ ପାଇଁ ଫି ବୃଦ୍ଧି ସର୍ବାଧିକ ହୋଇଛି। ପୂର୍ବରୁ ଏହା ବାର୍ଷିକ ୪ ଲକ୍ଷ ୨୫ ହଜାର ଥିବା ବେଳେ ଏବେ ଏହା ୫ ଲକ୍ଷ ୫୦ ହଜାର କରାଯାଇଛି।

ଭୁବନେଶ୍ୱର ହାଇ-ଟେକ ମେଡିକାଲ କଲେଜରେ ବିଡିଏସ୍ ପଢ଼ିବାକୁ ହେଲେ ବାର୍ଷିକ ୬ ଲକ୍ଷ ୫୦ହଜାର ଦେବାକୁ ହେବ। ପୂର୍ବରୁ ଏହା ଥିଲା ୫.୫୦ ଲକ୍ଷ। ତେବେ ଚଳିତ ବର୍ଷ ପାଇଁ ପିଜି କୋର୍ସ ପାଇଁ କୌଣସି ଫି ବୃଦ୍ଧି କରାଯାଇ ନାହିଁ। ଅନ୍ୟ ବିଭିନ୍ନ ଘରୋଇ କଲେଜ ପାଇଁ ମଧ୍ୟ ଫି ବୃଦ୍ଧି ପାଇଛି। ଫାର୍ମାସି ଓ ବି ଟେକ ପାଇଁ କୋର୍ସ ଫି ଯଥାକ୍ରମେ ୯ ହଜାର ଓ ୩୦ ହଜାର ହୋଇଛି।

Comment