ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିରେ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଇଟାଲୀକୁ ୩-୦ ଗୋଲ୍‌ରେ ପରାସ୍ତ କରି ଦଳ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି।

ଭାରତୀୟ ମହିଳା ହକି ଟିମ ବିଶ୍ୱକପ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି। ଲଣ୍ଡନରେ ଚାଲିଥିବା ଟୁର୍ଣ୍ଣାମେଣ୍ଟର ଇଟାଲିକୁ ୩-୦ରେ ପରାସ୍ତ କରିଛି । ‘କର ବା ମର’ ପରିସ୍ଥିତିରେ ଭାରତ ପକ୍ଷରୁ ଲାଲରେମସିୟାମି (୯ମିନିଟ), ନେହା ଗୋୟଲ(୪୫ ମିନିଟ) ଓ ବନ୍ଦନା(୫୫ମିନିଟ)ରେ ଗୋଲ ଦେଇଥିଲେ। ଭାରତୀୟ ଟିମ କ୍ୱାର୍ଟର ଫାଇନାଲରେ ଆୟାରଲାଣ୍ଡକୁ ଭେଟିବ।

ଗତକାଲି ମ୍ୟାଚ୍‌ରେ ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି। ଦଳ ପକ୍ଷରୁ ପ୍ରଥମ ୯ ମିନିଟ୍‌ରେ ଲାଲ୍‌ ରେମିସିଆନି ପ୍ରଥମ ଗୋଲ୍‌ ସ୍କୋର୍‌ କରିଥିଲେ।  ୪୫ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ କରିଥିଲେ ନେହା ଗୋୟଲ। ସେହିପରି ୫୫  ମିନିଟ୍‌ରେ ବନ୍ଦନା କାଟାରିଆ ତୃତୀୟ ଗୋଲ୍‌ କରିଥିଲେ।

ଆସନ୍ତାକାଲି କ୍ୱାର୍ଟର ଫାଇନାଲ୍‌ରେ ଭାରତ ଆୟାର୍ଲାଣ୍ଡକୁ ଭେଟିବ। ଗ୍ରୁପ୍‌ ବିରେ ସ୍ଥାନ ପାଇଥିବା ଭାରତ ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍  ୧-୧ ଗୋଲ୍‌ରେ ଡ୍ର ରହିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଆୟାର୍ଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ଦଳ। ଦଳ ତାର ତୃତୀୟ ଲିଗ୍ ମ୍ୟାଚ୍‌ ଆମେରିକା ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍  ୧-୧ରେ ଡ୍ର ହୋଇଥିଲା।

Comment