ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲା ସଦର ବ୍ଲକ  ପେଦାୱାଡା ଗ୍ରାମ ପଞ୍ଚାୟତ ଦୁଗାଲି ଗ୍ରାମ ନିକଟରେ ଥିବା ଦୁଇଟି ଛୋଟ ପୋଲ ଲଗାଣ ବର୍ଷାରେ ଭାଙ୍ଗିଯାଇଛି। ଏହି ପୋଲ ଗଙ୍ଗଲା ଗ୍ରାମପଞ୍ଚାୟତରୁ  ମାର୍କପାଲ୍ଲିକୁ ସଂଯୋଗ କରୁଥିଲା।

ସପ୍ତାହେ ହେଲା ପୋଲ ଭାଙ୍ଗି ଯାଇଥିଲେ ମଧ୍ୟ ମରାମତି ହେଉ ନଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଥିବା ଦୁଗାଲି ଗ୍ରାମର ବଳରାମ ମାଢି,  ସୁନ୍ଦର ମାଢି, ଖଗ ମାଢି, କମୁଲୁ ମାଢି, ଲଚ୍ଛୁମୁ ମାଢି, ମଙ୍ଗଲା ନାଲି, ଭକ୍ତ ମାଢି  ଅଭିଯୋଗ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ରାସ୍ତାଟି  ଗତ ବର୍ଷ  ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା। ପୋଲ ନିର୍ମାଣ ନିମ୍ନ ମାନର ହୋଇଥିବା ପୂର୍ବରୁ ସେମାନେ ଅଭିଯୋଗ କରିଥିଲେ। ଫଳରେ  ଗତ ସପ୍ତାହରେ ହୋଇଥିବା ପ୍ରବଳ ବର୍ଷାରେ  ପୋଲ  ଭାଙ୍ଗିଯିବା ସହ  ରାସ୍ତା ଧୋଇ ହୋଇଯାଇଛି।  ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Comment