ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ଜଓ୍ୱାଦ’ ରବିବାର ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।  ପୁରୀରେ ପହଁଚିଲା ବେଳକୁ ବାତ୍ୟାର ତୀବ୍ରତା କମିଥିଲେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ବାତ୍ୟା ଜଓ୍ୱାଦ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରବିବାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧାରେ ଅତି ପ୍ରବଳ ବର୍ଷା ହୋଇପାରେ।

ରବିବାର ସନ୍ଧ୍ୟାବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ଏଯାବତ୍ ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି।

ପବନ ବେଗ କମିବା ଆକଳନ ଥିବାରୁ କମ କ୍ଷୟକ୍ଷତି ହେବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ତେଣୁ ବାତ୍ୟା ପ୍ରଭାବ ସରିବା କ୍ଷଣି ଫସଲ କ୍ଷତି ନେଇ ଆକଳନ କରାଯିବ। ବିଶେଷକରି  ଫସଲ ଅମଳ ସମୟ ହୋଇଥିବାରୁ ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ ପବନ କମିଲେ ବି ବର୍ଷା ହେବ। ତେଣୁ ବର୍ଷା, ପବନ ବେଳେ ବାହାରକୁ ନବାହାରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି।

Comment