ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ ଜେନା। ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏସଆରସି ଜେନାଙ୍କ ସୂଚନାନୁସାରେ ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା ହୋଇଛି।  ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। କିଛି ସ୍ଥାନରେ ଘରେ ଘରେ ବନ୍ୟାଜଳ ପଶିଛି। ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ସେ କହିଛନ୍ତି।

ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ରହିଥିବାରୁ ଲୋକଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ଜଳଘେରରେ ଥିବା ଗାଁଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାସ୍ଥିତି ଦେଖି ସ୍କୁଲ ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ପ୍ରଦୀପ ଜେନା କହିଛନ୍ତି।

ବନ୍ୟା ମୁକାବିଲାରେ ଦାୟିତ୍ୱରେ ସରକାରୀ କର୍ମଚାରୀ ନିୟୋଜିତ ହେବେ। ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ବୈତରଣୀରେ ସୃଷ୍ଟି ହୋଇଥିବା ଘାଇ ସ୍ଵାଭାବିକ ହୋଇଯିବ। ଆସନ୍ତା ୧୮ ତାରିଖରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବା ପାଇଁ ବିଭିନ୍ନ ବିଭାଗକୁ ପରାମର୍ଶ ଦିଆଯାଇଥିବା ଏସଆରସି କହିଛନ୍ତି। ତେବେ ବନ୍ୟାଜଳ ଚାଲୁଥିବା ରାସ୍ତା ଓ ବ୍ରିଜ ଉପରେ ଜନସାଧାରଣ ଯାତାୟତ ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Tags: #FloodSituation #FloodInOdisha #FloodAffectArea #SRC

Comment