ଓଡ଼ିଶାଲାଇଭ୍ ବ୍ୟୁରୋJALAKA FLOOD

ରାଜ୍ୟରେ ଗତ କିଛି ଦିନ ଧରି ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି।

ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ ମକରା ଆଦି ନଦୀରେ ବନ୍ୟା ସୃଷ୍ଟି ହୋଇଥିବାବେଳେ ଅସ୍ତରଙ୍ଗ, ଗୋପ, ଡେଲାଙ୍ଗ, କଣାସ, ନିମାପଡା, ପିପିଲି, ପୁରୀ ସଦର ଆଦି ସାତଟି ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି।

ପୁରୀ ଜିଲ୍ଲାରେ ମୋଟ ୫୫ଟି ପଞ୍ଚାୟତର ୨୦୧ଟି ଗ୍ରାମ ବନ୍ୟା ଜଳଘରରେ ରହିଛନ୍ତି। ପ୍ରାୟ ୧,୪୩,୪୨୯ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ ବନ୍ୟା ଜନିତ ମୃତ୍ୟ ସଂଖ୍ୟା ଶୂନ ରହିଛି। ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରିଲିଫ, ଥଇଥାନ, କ୍ଷୟକ୍ଷତିର ଆକଳନ ଉପରେ ଆଲୋଚନା କରିଛନ୍ତି।

ଗତ ୧୭ ତାରିଖ ସୁଦ୍ଧା ୧୪୨ଟି ଗ୍ରାମର ପ୍ରାୟ ୧,୧୦,୪୪୭ ଜଣ ଲୋକ ଜଳବନ୍ଦୀ ରହିଥିବାବେଳେ ମୋଟ୍ ୨୨୬୭୯ ଜଣଙ୍କୁ ୧୬୮ଟି ସୁରକ୍ଷାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ୬୮ଟି ଗାଁର ମୋଟ ୭୬,୮୬୨ ଲୋକ ଜଳବନ୍ଦୀ ଅଛନ୍ତି। ସେହିପରି ୩୭ ହଜାର ଗୋ ସମ୍ପଦ ପ୍ରଭାବିତ ହୋଇଛନ୍ତି। ସେହିପରି ୬୫୭୭ ହେକ୍ଟର ଚାଷଜମି ଜଳଘେରରେ ରହିଛି।

ପୁରୀ ଜିଲ୍ଲାରେ ପୂର୍ବରୁ ୪୭ଟି ସୁରକ୍ଷାକେନ୍ଦ୍ରରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବାବେଳେ ବର୍ତ୍ତମାନ ଆଉ ୭ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଣକୁ ମଞ୍ଜୁରୀ ମିଳିଛି।

ସମୀକ୍ଷା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପିପିଲି ବିଧାୟକ ରୁଦ୍ର ମହାରଥୀ, ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାରମାନେ ଉପସ୍ଥିତ ଥିଲେ।

Tags: #revenueanddisastermanagement #pramilamallick # floodriview #puridistrict #medicalrelief

Comment