ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜିଲ୍ଲାରେ ଶିକ୍ଷା ସାହୟକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୧୩ ଯାଏଁ ଆବେଦନ କରିପାରିବେ। ଏହା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବିଭିନ୍ନ ହାଇସ୍କୁଲ, ଆଶ୍ରମ ଓ ସେବାଶ୍ରମ ସ୍କୁଲରେ ନିଯୁକ୍ତି ଦିଆଯିବ।

ପଦବୀ

  • ଟିଜିଟି(ବିଜ୍ଞାନ) – ଜେନେରାଲ(୪), ଏସ୍‌ଟି(୧)ଏସ୍‌ସି(୨)
  • ଟିଜିଟି(କଳା) – ଜେନେରାଲ(୨), ଏସ୍‌ଟି(୨), ଏସ୍‌ସିବିସି(୨)
  • +୨ (ବିଜ୍ଞାନ) ସିଟି – ଜେନେରାଲ(୩)
  • +୨ (କଳା) ସିଟି – ଜେନେରାଲ(୧୪), ଏସ୍‌ଟି(୮), ଏସ୍‌ସି(୭), ଏସ୍‌ସିବିସି(୨)

ଶିକ୍ଷାଗତ ଯୋଗ୍ୟତା

+୨ (ବିଜ୍ଞାନ) ସିଟି ଓ +୨ (କଳା) ସିଟି

  • ପ୍ରାର୍ଥୀ +୨ବିଜ୍ଞାନ ଓ +୨ କଳାରେ ୫୦ ପ୍ରତିଶତ ନମ୍ଵର ରଖିଥିବା ସହ ଏଜୁକେସନରେ ୨ବର୍ଷ ଡିପ୍ଲୋମା କରିଥିବା ଦରକାର।
  • OTETରେ ମଧ୍ୟ ଉତ୍ତୀନ୍ନ ହୋଇଥିବା ଦରକାର।
  • ଦଶମରେ ପ୍ରାର୍ଥୀ ଓଡ଼ିଆ ଭାଷାରେ ଅଧ୍ୟୟନ କରିଥିବା ଆବଶ୍ୟକ।

ଟିଜିଟି(କଳା) ଓ ଟିଜିଟି (ବିଜ୍ଞାନ)

  • ପ୍ରାର୍ଥୀ ଗ୍ରୁଜୁଏସନରେ କଳା ଓ ବାଣିଜ୍ୟରେ ୫୦ ପ୍ରତିଶତ ନମ୍ଵର ରଖିବା ସହ ୨ବର୍ଷ ଡିପ୍ଲୋମା କରିଥିବା ଦରକାର।
  • ପ୍ରାର୍ଥୀ ଗ୍ରୁଜୁଏସନରେ ବିଜ୍ଞାନରେ ୫୦ ପ୍ରତିଶତ ନମ୍ଵର ରଖିବା ସହ ୨ବର୍ଷ ଡିପ୍ଲୋମା କରିଥିବା ଦରକାର।

ଦରଖାସ୍ତ ଫିସ୍‌

୨୦୦ ଟଙ୍କା

କେମିତି କରିବେ ଆବେଦନ?

  • ପ୍ରଥମେ ଓ୍ଵେବସାଇଟ puri.nic.in କୁ ଯାଇ ଦରଖାସ୍ତ ଫର୍ମ ଆବେଦନ କରିପାରିବେ।
  • ପରେ ଫର୍ମକୁ ସଠିକ ଭାବେ ପୂରଣ କରିବେ।
  • ଫର୍ମ ସହ ସମସ୍ତ ପ୍ରମାଣପତ୍ରର ନକଲ ଓ ଫଟୋ ଲଗାଇବାକୁ ପଡ଼ିବ।
  • ପରେ ୨୦୦ଟଙ୍କାର ଏସ୍‌ବିଆଇ ଡ୍ରାଫ୍ଟ କରି ସମସ୍ତ ପ୍ରମାଣପତ୍ର ଦରଖାସ୍ତ ଫର୍ମ ସହ ଜିଲ୍ଲା ମଙ୍ଗଳଧିକାରୀଙ୍କ କାର୍ଯ୍ୟାଳୟ, ପୁରୀ ଠିକଣା ପଠାଇବେ।

ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ www.puri.nic.in କୁ ଯାଇ ବିଜ୍ଞାପନ ଦେଖାପାରିବେ।

Comment