ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ କୋଭିଡ ହସ୍ପିଟାଲରେ ପୁଣି ଜଣେ ୯୪ ବର୍ଷୀୟ ବୃଦ୍ଧ କରୋନାକୁ ପରାସ୍ତ କରିଛନ୍ତି। ବୃଦ୍ଧ ଜଣଙ୍କ ହେଲେ ପୁରୀ ଅଞ୍ଚଳର ସୁରଥ ରାଉତରାୟ। ସମ୍ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସଙ୍କ ସେବା, ଯତ୍ନ, ଉତ୍ତମ ଚିକିତ୍ସା ଯୋଗୁଁ ସେ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି।

କରୋନା ସଂକ୍ରମିତ ହେବା ପରେ ଜୁଲାଇ ୧୩ ତାରିଖରେ ସୁରଥଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନର ଆବଶ୍ୟକତା ରହିଥିଲା। ସେ ଠିକରେ ନିଃଶ୍ୱାସ ନେଇପାରୁନଥିଲେ। ଏଥିସହ ଉଚ୍ଚ ରକ୍ତଚାପ, ମଧୁମେହ ଓ ବାର୍ଦ୍ଧକ୍ୟଜନିତ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ସୁରଥ। ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଶେଷରେ ସେ ସୁସ୍ଥ ହୋଇଛନ୍ତି।

ସମ୍ କୋଭିଡ୍ ହସ୍ପିଟାଲରେ ସୁରଥଙ୍କ ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବୋହୂ ସୁଲୋଚନା ସାହୁ। ଏଥିସହ ତାଙ୍କ ଶ୍ୱଶୁରଙ୍କ ଚିକିତ୍ସା ଠିକରେ କରାଯାଉଥିଲା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ପରିବାର ସଦସ୍ୟଙ୍କୁ ଜଣାଉଥିଲେ ବୋଲି ସେ କହିଛନ୍ତି।

Comment