ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ମହାମାରୀ ଯୋଗୁଁ ଦୁର୍ଗମ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଭୋଗୁଥିବା ଗରିବ ପରିବାରକୁ ସହାୟତାର ହାତ ବଢାଇଛନ୍ତି ରାୟଗଡା ମିଲର୍ସ ସଂଘ। ୧୨୯ଟି ରାଇସ ମିଲ୍ସକୁ ନେଇ ଗଠିତ ଏହି ସଂଘ କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଗ୍ରାମାଞ୍ଚଳ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ସକାଶେ ଆଗେଇ ଆସିଛନ୍ତି । ବୁଧବାର ଜିଲ୍ଲା ମୁଖ୍ୟଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ବେହେରା ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସବୁଜ ପତାକା ଦେଖାଇ ରିଲିଫ ସାମଗ୍ରୀ ଯାଉଥିବା ଚାରି ଚକିଆ ଯାନକୁ ଶୁଭାରମ୍ଭ କରିଥିଲେ।

ଏହା ଗାଡି ଆଗାମୀ ଦିନରେ ସବୁ ବ୍ଲକରେ ବୁଲି ଲୋକଙ୍କୁ ରିଲିଫ ପ୍ୟାକେଟ ବିତରଣ କରିବ ବୋଲି ଜଣାଯାଇଛି। ଉକ୍ତ ରିଲିଫ ପ୍ୟାକେଟରେ ଚାଉଳ, ମାଣ୍ଡିଆ, ଡାଲି, ତେଲ, ଆଳୁ, ପିଆଜ ଓ ସାବୁନ ସହିତ ମୋଟ ୫ହଜାର ପ୍ୟାକେଟ ରିଲିଫ ସାମଗ୍ରୀ ରହିଥିବା ସଂଘ ସଭାପତି ଆର କାଶୀ ନାଇଡୁ ସୂଚନା ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ମିଲର୍ସ ସଂଘର ଉପସଭାପତି ଗୌର ଶଙ୍କର ସେନାପତି, ସମ୍ପାଦକ ସୁମନ ପାତ୍ର, ଯୁଗ୍ମ ସମ୍ପାଦକ ମିନାଖି ସାହୁ, କୋଷାଧ୍ୟକ୍ଷ କେ.ଶ୍ରୀଧର ଓ ସଦସ୍ୟ ଦେବାଶିଷ ବକ୍ସିପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ।

Comment