ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମ ନାଗରିକ ତାଲିକାରୁ ବାଦ୍ ପଡ଼ିଥିବା ପ୍ରାୟ ୪୦ ଲକ୍ଷ ବାଂଲାଦେଶୀ ଏବେ ଅନ୍ୟ ରାଜ୍ୟକୁ ମୁହାଁଇଛନ୍ତି। ଏହି ବାଂଲାଦେଶୀମାନେ ଓଡ଼ିଶା ଉପୂକଳରେ ପ୍ରବେଶ କରିବାର ଅନେକ ସମ୍ଭାବନା ଥିବାରୁ ରାଜ୍ୟ ସରକାର ଉପକୂଳବର୍ତ୍ତି ଜିଲ୍ଲାର ଏସ୍‌ପି ଏବଂ ମେରାଇନ୍ ଥାନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୁହାଯାଉଛି ଓଡ଼ିଶା ଉପୂକଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ କରିବାର ଅନେକ ଆଶଙ୍କା ରହିଛି। ସମୁଦ୍ର ପଥର ଗଳାବାଟ ଦେଇ ସେମାନେ ଚାଲି ଆସିପାରନ୍ତି। ବିଶେଷକରି ବାଲେଶ୍ବର, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଜିଲ୍ଲାରେ ଅନୁପ୍ରବେଶର ଅଧିକ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ବହୁ ପରିମାଣର ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି।

ସରକାରୀ ତଥ୍ୟ କହୁଛି ରାଜ୍ୟରେ ଏମେ ମାତ୍ର ୩୭୦୦ ବଂଲାଦେଶୀ ନାଗରିକ ଅଛନ୍ତି। କିନ୍ତୁ ବେସରକାରୀ ତଥ୍ୟ କହୁଛି ଏହି ସଂଖ୍ୟା ୨୦ ଲକ୍ଷରୁ ଅଧିକ।

“ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରହିଛି। ସତର୍କ ରହିବାକୁ ଉପକୂଳବର୍ତ୍ତୀ ଜିଲ୍ଲାର ଏସ୍‌ପି ଏବଂ ମେରାଇନ୍ ଥାନାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ କୁହାଯାଇଛି”, କହିଛନ୍ତି ତଟ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।

Comment