ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ଜନୈକା ନାବାଳିକାଙ୍କୁ ଜଣେ କୃଷି ବୈଜ୍ଞାନିକ ଅସଦାଚରଣ କରିଥିବା ଆଜି କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଭାଗର ବୈଜ୍ଞାନିକ ଆତିସ୍ ମହେନ୍ଦ୍ର ମାନେଙ୍କୁ ଅଟକ ରଖିଛି।

ଏହାସହ ଓଡ଼ିଶା କୃଷି ବିଶ୍ୱ ବିଦ୍ୟାଳୟର ପରିବର୍ଦ୍ଧିତ ଶିକ୍ଷା ବିଭାଗର ଡିନ୍ ଓ ପ୍ରବନ୍ଧକ ଉମାରାଣୀ ଦେବୀ କେନ୍ଦ୍ରାପଡ଼ା କୃଷି ବିଜ୍ଞନ କେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି।

ରବିବାର ଅପରାହ୍ଣରେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ର ଗେଟ୍ ଦେଇ ବାହାରକୁ ଯାଉଥିଲେ ଜନୈକା ନାବାଳିକା। ହେଲେ ଗେଟ୍ ବନ୍ଦ ଥିବାରୁ କୃଷି ବିଜ୍ଞନ କେନ୍ଦ୍ରରରେ କାର୍ଯ୍ୟରତ ଅତିସ ମହେନ୍ଦ୍ରା ମାନେ ଗେଟ ଖୋଲିଦେବେ କହି ନିଜ କ୍ୱାର୍ଟରକୁ ଡାକି ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଏ ସମ୍ପର୍କରେ ତାଙ୍କ ମା’ଙ୍କୁ କହିବା ପରେ ପରିବାରବର୍ଗ ଥାନାରେ ଏତଲା ଦେଇଛନ୍ତି।

ଖବରପାଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ଏକ୍ସଟେନସନ ଶିକ୍ଷା ବିଭାଗର ଡିନ ପ୍ରଭାତ ରାଉଳ ଓ ରେଜଷ୍ଟ୍ରାର ଉମାରାଣୀ ଦେବୀ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବାକୁ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ ପହଞ୍ଚିଛନ୍ତି। ମହେନ୍ଦ୍ର ଏହି ଅଭିଯୋଗକୁ  ଖଣ୍ଡନ କରିଛନ୍ତି। ମହେନ୍ଦ୍ର ଗତ ୧୦ ଦିନ ହେଲା ଏହି କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗ ଦେଇଛନ୍ତି। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here