ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଦକ୍ଷିଣ ଭାରତୀୟ ରାଜନୀତିର ସ୍ତମ୍ଭ କୁହାଯାଉଥିବା ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପ୍ରଶଂସକ। କରୁଣାନିଧିଙ୍କୁ ଶେଷ ଦର୍ଶନ କରିବା ପାଇଁ ଏତେ ସଂଖ୍ୟାରେ ଭିଡ଼ ହୋଇଥିଲା ଯେ ଦଳଚକଟାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଆହତ ହୋଇଛି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି।

ଏମ୍‌ କରୁଣାନିଧିଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ବୁଧବାର ସକାଳୁ ରାଜାଜୀ ହଲ୍‌ରେ ପ୍ରବଳ ଲୋକ ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତି। ଭିଡ଼ ଏତେ ମାତ୍ରାରେ ହୋଇଛି ଯେ ଏହାକୁ ନିୟନ୍ତ୍ରଣ କରିବାରେ ପୋଲିସ ନାକେଦମ ହେବାକୁ ପଡ଼ିଛି।

ଶାନ୍ତି ବଜାୟ ରଖିବା ପାଇଁ କରୁଣାନିଧିଙ୍କ ପୁଅ ଷ୍ଟାଲିନ୍ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।

Comment