ଓଡ଼ିଶାଲାଇଭ୍‌ ବ୍ୟୁରୋ 

କେରଳରେ ହେଉଥିବା ଲଗାଣ ବର୍ଷା ଭୂସ୍ଖଳନ ଫଳରେ ଏବେ ସୁଦ୍ଧା ୨୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି ଏହାସହ ଅନେକେ ନିଖୋଜ ଥିବା ମଧ୍ୟ କୁହାଯାଉଛି

କେରଳରେ ଭୟଙ୍କର ବର୍ଷା ଯୋଗୁଁ ଗଲାଣି ୨୯ ଜଣଙ୍କ ଜୀବନ। ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ୫୪,୦୦୦ ଲୋକ ବାସହୀନ ହୋଇପଡ଼ିଛନ୍ତି।

ରାଜ୍ୟର ୪୦ଟି ନଦୀରେ ବନ୍ୟା ରାଜ୍ୟର ଅନେକ ଯାଗାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କେରଳରେ ୫୦ବର୍ଷ ଭିତରେ ଏମିତି ବନ୍ୟା ବିତ୍ପାତ ଦେଖିବାକୁ ମିଳିନଥିଲା ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ ପାଇଛି। ବନ୍ୟା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ ଓ ଅଫିସକୁ ଛୁଟି ଘୋଷଣା କରାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରୁ ସେନା ସହାୟତାରେ ୧୬୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ଏବଂ ପାଖାପାଖି ୫୦୦ ଆଶ୍ରୟସ୍ଥଳ ଖୋଲାଯାଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥଳ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀ ନିୟୋଜିତ ହୋଇଛନ୍ତି। ୨୪ଟି ସ୍ଥାନରେ ସେନାବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସହ ଆଲୋଚନା କରି ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

କର୍ଣ୍ଣାଟକ ସରକାର ମଧ୍ୟ କେରଳ ପାଇଁ ୧୦ କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି।

କେରଳର ସବୁ ଦଳର ସାଂସଦମାନେ ଶୁକ୍ରବାର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି କେରଳକୁ ଏକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଦେବାପାଇଁ ଅନୁରୋଧ କରିଛନ୍ତି।

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ହେତୁ ମୁନ୍ନାର ରେସୋର୍ଟରେ ଫସି ରହିଥିବା ୬୦ ପର୍ଯ୍ୟଟକଙ୍କୁ ଇତିମଧ୍ୟରେ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛି।

ବର୍ଷା ଓ ବନ୍ୟା ପାଣି କୋଚିନ ବିମାନ ବନ୍ଦରରେ ପଶିଯିବା ଫଳରେ ବିମାନ ଉଡାଣ ଓ ଅବତରଣକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିପରି ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ଷା ଯଦି ନ କମେ ତେବେ ଆଗକୁ ସ୍ଥିତି ଆହୁରି ଖରାପ ହେବ ବୋଲି ଅନୁମାନ କରାଯାଉଛି।

Comment