ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜେଇ ଚାଷକୁ ବିରୋଧ କରି ପୋଷ୍ଟର ମାରିଲେ ମାଓବାଦୀ।

ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆରଏସସି-୧୦ ଛକ ଓ ଆରଏସସି-୬ ସ୍କୁଲ କାନ୍ଥରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ଗଞ୍ଜେଇ ଚାଷକୁ ବିରୋଧ କରିଛନ୍ତି ମାଓବାଦୀ।

ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପାପୁଲୁର, କୁର୍ମାନୁର ଓ କପାତୁଟି ଭଳି ପଂଚାୟତ ଗୁଡିକ ଗଞ୍ଜେଇ ମାଫିଆଙ୍କ ପେଣ୍ଠସ୍ଥଳି ଭାବେ ଖ୍ୟାତି ଅର୍ଜନ କରିଥିଲା। ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଥିଲା ଏହି ଅବହେଳିତ ପଞ୍ଚାୟତ ଗୁଡିକ। କିନ୍ତୁ ଆଜି ଏହି ଗଞ୍ଜେଇ ଚାଷକୁ ବିରୋଧ କରି ପୋଷ୍ଟର ମାରିଲେ ନକ୍ସଲପନ୍ଥି।

ପୋଲିସ ଓ ଅବକାରୀ ବିଭାଗ ସମସ୍ତେ ମିଳିମିଶି ମାଫିଆଙ୍କଠାରୁ ଲାଞ୍ଚ ନେଇ ଗଞ୍ଜେଇ ଚାଷ ଓ ବିକ୍ରୟକୁ ପ୍ରୋତ୍ସାହନ ଦେଉଛନ୍ତି। ଗଂଜେଇ ଚାଷକୁ ବନ୍ଦ କରି ଏହା ବଦଳରେ ଧାନ, ମାଣ୍ଡିଆ, ସୁଆଁ ଚାଷ କରିବାକୁ ପୋଷ୍ଟରରେ ଉଲ୍ଲେଖ କରିଛି ମାଓ ସଂଗଠନ।

Comment