ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ରାଜ୍ୟରେ ଏଯାବତ୍ ୧୧୮୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣ ମୃତ୍ୟୁ ଘଟିଛି।

କୋକସରା ବ୍ଲକ୍‍ ଲଡ଼ୁଗାଁରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଆଉ ୫୯ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

୪୦ ଜଣ ଡେଙ୍ଗୁ ରୋଗୀ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ବେସରକାରୀ ଭାବରେ ୧୪ ଜଣ ଜିଲା ବାହାରେ ଥିବା ଚିକିତ୍ସାଳରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ରାଜ୍ୟରେ ଏଯାବତ୍ ୧୧୮୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣ ମୃତ୍ୟୁ ଘଟିଛି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଡ଼େଙ୍ଗୁ ରୋଗୀ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି। ଲଡ଼ୁଗାଁରେ ପହଞ୍ଚି ଡ଼ାକ୍ତରୀ ଦଳ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ଆହୁରି ଅଧିକ ଲୋକ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ଜାରି ରହିଛି।

ରକ୍ତ ନମୁନା ସବୁ କଳାହାଣ୍ଡି ଓ ବଲାଙ୍ଗିର ମେଡ଼ିକାଲକୁ ପରୀକ୍ଷା ପାଇଁ ପଠାଯାଉଛି। ଏହି ଗ୍ରାମରେ ଆହୁରି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ସେଠାରେ ୫ଟି ଡାକ୍ତରୀ କ୍ୟାମ୍ପ କରାଯାଇ ମାଗଣା ଚିକିତ୍ସା କରାଯାଉଛି। ସେହିପରି ଡେଙ୍ଗୁ ପାଇଁ ପ୍ରତି ଜିଲାର ମୁଖ୍ୟ ଚିକତ୍ସାଳୟକୁ ଆଲର୍ଟ କରାଯାଇଛି।

Comment