ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓବାଦୀମାନେ ତାଲିମ ନେଉଥିବା ଭିଡିଓ ଭାଇରାଲ ହୋଇଛି। ମାଓବାଦୀମାନେ କିପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ତାହା ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।

ଏହି ତାଲିମ ନେଉଥିବା ଦୃଶ୍ୟ ସୁକୁମା ଜିଲ୍ଲା ଦୋର୍ନାପାଲ ଅଞ୍ଚଳର ବୋଲି ଜଣାପଡ଼ଇଛି। ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଗତ କିଛି ଦିନ ହେଲା ମାଓବାଦୀଙ୍କ ବିରୁଦ୍ଧରେ ଅପରେସନ ଜୋରସର କରାଯାଇଛି। ଏଥିରେ ପୋଲିସକୁ ଅନେକ ସଫଳତା ମଧ୍ୟ ମିଳିଛି। ହେଲେ ଏହାକୁ ମୁକାବିଲା କରିବା ଲାଗି ମାଓବାଦୀମାନେ ମଧ୍ୟ ଆଗେଇ ଆସିଛନ୍ତି। ଅତ୍ୟାଧୁନିକ ଗୁଳି ବନ୍ଧୁକ ବ୍ୟବହାର କରି ପୋଲିସ ଉପରକୁ କିପରି ଆକ୍ରମଣ କରାଯିବ ସେ ନେଇ ତାଲିମ ନେଉଛନ୍ତି ମାଓବାଦୀ।

ଏହି ଭିଡିଓ ଭାଇରାଲ ହେବା ପରେ ଛତିଶଗଡ ଓ ଓଡିଶା ପୋଲିସ ଏବେ କଣ ରଣନୀତି ଆପଣେଇବ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।

Comment