ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥର ବୋଲ୍‌ଡ ଆକ୍ଟ୍ରେସ ଶକିଲାଙ୍କ ଉପରେ ବାୟୋପିକ୍ ତିଆରି ହେଉଛି ଆସନ୍ତୁ ଜାଣିବା ଶକିଲାଙ୍କ ସମ୍ପର୍କରେ….

ଏବେ ଚାଲିଛି ବାୟୋପିକ୍‌ର ଜମାନା। ଚଳିତ ବର୍ଷ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ‘ସଞ୍ଜୁ’ ବକ୍ସ ଅଫିସରେ ସୁପରହିଟ ହେବା ପରେ ଏବେ ସାଉଥର ବୋଲ୍‌ଡ ଆକ୍ଟ୍ରେସ ଶକିଲାଙ୍କ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି। ଶକିଲାଙ୍କ ଭୂମିକାରେ ଅଭିନୟ କରିବେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ରିଚା ଚଢ଼ା। କିଛି ଦିନ ତଳେ ‘ଶକିଲା’ ଲୁକ୍‌ରେ ରିଚା ଚଢ଼ାଙ୍କର ଫଟୋ ସାମ୍ନାକୁ ଆସିଥିଲା।

ଏବେ ଆସନ୍ତୁ ଜାଣିବା ଏହି ଶକିଲା କିଏ ଓ ତାଙ୍କ ଉପରେ ତିଆରି ହେଉଥିବା ବାୟୋପିକ୍ ବିଷୟରେ କିଛି ରୋଚକ ତଥ୍ୟ।

ଦକ୍ଷିଣ ଭାରତୀୟ ପ୍ରଥମ ବୋଲ୍‌ଡ ଆକ୍ଟ୍ରେସ ଥିଲେ ସିଲ୍‌କ ସ୍ମିତା। ତାଙ୍କ ପରେ ଯେଉଁ ଦକ୍ଷିଣୀ ଅଭିନେତ୍ରୀଙ୍କୁ ସେହି ଷ୍ଟାଟସ୍ ମିଳିଥିଲା, ସେ ହେଲେ ଶକିଲା। ଶକିଲା ମାଲୟାଲମ୍, ତାମିଲ୍, ତେଲୁଗୁ ଓ କନ୍ନଡ ସିନେମାରେ କାମ କରିଛନ୍ତି।

ଶକିଲାଙ୍କର ପିଲାଦିନରୁ ହିଁ ଅଭିନୟ କରିବା ଲାଗି ପ୍ରବଳ ଆଗ୍ରହ ଥିଲା। ସେ ବାଲ୍ୟକାଳରେ ସିଲ୍‌କ ସ୍ମିତାଙ୍କ ସିନେମା ଦେଖିଥିଲେ। ତାଙ୍କ ମନରେ ସେଭଳି ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ସେ ସିଲ୍‌କ ସ୍ମିତାଙ୍କୁ ହିଁ ନିଜର ଆଦର୍ଶ ବୋଲି ମନେ କରୁଥିଲେ।

ଶକିଲାଙ୍କୁ ଖୁବ୍ କମ ବୟସ ହୋଇଥିବା ବେଳେ ଜଣେ ଲୋକ ତାଙ୍କ ସହ ଦୁଷ୍କର୍ମ କରିଥିଲା। ସେହି ଦୁଷ୍କର୍ମକାରୀ ଶକିଲାଙ୍କ ମା’କୁ କହିଥିଲା ଏହାର ବଦଳରେ ସେ ପ୍ରଚୁର ଅର୍ଥ ଦେବ। ମା’ ପଇସା ଲୋଭରେ ଝିଅ ଶକିଲାଙ୍କୁ ଯୌନକର୍ମୀ ହେବାକୁ ବାଧ୍ୟ କରିଥିଲେ।

ଏଥିପାଇଁ ଶକିଲା ନିଜ ଆତ୍ମଜୀବନୀରେ ଲେଖିଛନ୍ତି ଯେ ତାଙ୍କ ଜୀବନରେ ସବୁଠାରୁ କଦର୍ଯ୍ୟ ମଣିଷ ହେଉଛନ୍ତି ତାଙ୍କ ମା’। ମା’ ହିଁ ତାଙ୍କ ଜୀବନକୁ ବରବାଦ୍ କରିଛନ୍ତି। ମା’ଙ୍କୁ ନେଇ ତାଙ୍କର କୌଣସି ଭଲ ସ୍ମୃତି ନାହିଁ। ମା’ଙ୍କ ଯୋଗୁଁ ସେ ମାତ୍ର ୧୭ ବର୍ଷ ବୟସରେ ଦେହଜୀବୀ ପାଲଟି ଯାଇଥିଲେ ବୋଲି ଶକିଲା ଲେଖିଛନ୍ତି।

ଶକିଲା ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ମା’ ବି ତାଙ୍କୁ ପର୍ଣ୍ଣଫିଲ୍ମରେ କାମ କରିବାକୁ ତାଙ୍କୁ ବାଧ୍ୟ କରିଥିଲେ। ସେ ପ୍ରଥମେ ସଫ୍ଟ ପର୍ଣ୍ଣଫିଲ୍ମରେ କାମ କରିଥିଲେ। ସେ ସମୟରେ ସେହି ଧରଣର ସିନେମାକୁ ସେକ୍ସ ଏଜୁକେସନ୍ ଫିଲ୍ମ କୁହାଯାଉଥିଲା।

ଶକିଲା କ୍ୟାରିଅରର ଆରମ୍ଭ ସମୟରେ କେତେକ ସିନେମାରେ ମାଗଣା କାମ କରିଛନ୍ତି। ଏହିସବୁ ଫିଲ୍ମରେ ଅଭିନୟ କରିବା ବେଳେ ତାଙ୍କୁ ଯୌନଶୋଷଣର ଶିକାର ମଧ୍ୟ ହେବାକୁ ପଡ଼ିଥିଲା। ମାତ୍ର କୋଡିଏ ବର୍ଷ ବୟସରେ ସେ ‘ପ୍ଲେଗର୍ଲ’ ନାମକ ଏକ ଫିଲ୍ମରେ ପ୍ରଥମେ କାମ କରିଥିଲେ। ଏଥିରେ ଜଣେ ସହ-ଅଭିନେତ୍ରୀ ଭାବେ ନଜର ଆସିଥିଲେ ଶକିଲା।

ତାଙ୍କ ସହିତ ଭଉଣୀ ନୁରଜାହାଁ ଧୋକା କରିଥିଲେ ବୋଲି ଶକିଲା ନିଜର ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି। ନୁରଜାହାଁ ତାଙ୍କର ଅନେକ ଟଙ୍କା ନେଇଯାଇଥିଲେ।

କିଛି ସମୟ ଭିତରେ ଶକିଲା ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ହୋଇଗଲେ। ଏହାପରେ ତାଙ୍କ ପାଖକୁ ବିଗ୍ ବଜେଟ୍ ଫିଲ୍ମର ମଧ୍ୟ ଅଫର୍ ଆସିଲା। ସେ ‘ଶକିଲା ପ୍ରଡକ୍ସନ୍’ ନାଆଁରେ ନିଜର ପ୍ରଡକ୍ସନ ହାଉସ୍ ମଧ୍ୟ ଖୋଲିଲେ। ତାଙ୍କ ପ୍ରଯୋଜିତ ଅଧିକାଂଶ ସିନେମା ହିଟ୍ ମଧ୍ୟ ହେଲା। ଏଭଳି ଅବସ୍ଥା ହେଉଥିଲା ଯେ ଶକିଲାଙ୍କ ଫିଲ୍ମ ରିଲିଜ୍ ହେଉଥିବା ତାରିଖରେ ଅନ୍ୟ ନିର୍ମାତାମାନେ ସେମାନଙ୍କ ଫିଲ୍ମ ରିଲିଜ୍ କରୁନଥିଲେ।

ଶକିଲା କ୍ୟାରିଅରରେ ସଫଳତାର ଶୀର୍ଷରେ ଥିବା ବେଳେ ଶତାଧିକ ଫିଲ୍ମର ଅଫର୍ ଆସୁଥିଲା। ଖାଲି ସେତିକି ନୁହେଁ, ତାଙ୍କୁ ବାହା ହେବା ପାଇଁ କେତେକ ଅଭିନେତା ଓ ନିର୍ମାତାମାନଙ୍କର ପ୍ରସ୍ତାବ ମଧ୍ୟ ମିଳିଥିଲା। କିନ୍ତୁ ଶକିଲା ଅବିବାହିତା ରହିଗଲେ। ଏବେ ସେ ଅନାଥ ପିଲାମାନଙ୍କର ପାଳନପୋଷଣ କରୁଛନ୍ତି।

Comment