ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ର କୁଲିଆଦରୋ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ର କୁଲିଆଦରୋ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଭଗତ ସରଗରିଆ (୪୦)।
ଫସଲ ହାନି ଯୋଗୁଁ ଗୁରୁବାର ଦିନ ସକାଳେ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଭଗତଙ୍କୁ ବୁର୍ଲା ବଡ଼ ମେଡିକାଲ୍କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଭଗତ ଋଣ କରି ୧୦ ଏକର ଜମିରେ କପା ଚାଷ କରିଥିଲେ। ଚଳିତବର୍ଷ କପାଚାଷ ଭଲ ନ ହୋଇନଥିଲା। ତାଙ୍କ ବଡ ଭାଇ କହିବା ଅନୁଯାୟୀ ଚାଷ କରିବା ପାଇଁ ସେ କଣ୍ଟାବାଞ୍ଜିର କିଛି ଲୋକଙ୍କଠାରୁ ଋଣ କରିଛନ୍ତି। ମାତ୍ର ଚାଷରେ କ୍ଷତି ଓ ଋଣଭାରଯୋଗୁଁ ଭଗତ କୀଟନାଶକ ଖାଇଦେଇଥିଲେ।
୨ ଦିନ ତଳେ ମଧ୍ୟ ସମ୍ବଲପୁରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

















