ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଲୱେ ଷ୍ଟେସନ୍‌ ନିକଟ ନୂଆପଡ଼ା ଗାଁ ଦେଇ ଯାଇଥିବା ଟ୍ରେନ ଟ୍ରାକ୍‌ରେ ଅଘଟଣ ଘଟି ଯାଇଛି ଦୁଇ ଜୀବନ।

ଅସାବଧାନତା ଯୋଗୁଁ ଟ୍ରେନ୍‌ ଟ୍ରାକରେ କଟିଯାଇଛି ଦୁଇ ମୁଣ୍ଡ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଲୱେ ଷ୍ଟେସନ୍‌ ନିକଟ ନୂଆପଡ଼ା ଗାଁ ଦେଇ ଯାଇଥିବା ଟ୍ରେନ ଟ୍ରାକ୍‌ରେ ଘଟିଛି ଏହି ଅଘଟଣ। ରେଳ ଧାରଣାରେ ନିକଟରେ ଶିଶୁପୁତ୍ର ଖେଳୁଥିବା ବେଳେ ଚାହୁଁଚାହୁଁ ଶିଶୁଟି ରେଳଧାରଣା ମଧ୍ୟକୁ ପଳାଇଥିଲା।

ଫଳରେ ହାଓଡ଼ା-ଅହମଦାବାଦ ଏକ୍ସପ୍ରେସ ଟ୍ରେନରେ ଶିଶୁଟି ପିଟି ହୋଇ ମୃତ୍ୟୁ ଘଟିଥିଲା। ଶିଶୁଟିର ଜୀବନ ରକ୍ଷା କରିବାକୁ ଯାଇ ଜଣେ ସମ୍ପର୍କୀୟ ମହିଳା ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି। ମୃତ ଶିଶୁର ନାଁ ନିଖିଲ (୫) ଓ ତାଙ୍କ ଘର ବ୍ରଜରାଜନଗର। ମୃତ ମହିଳା ନୂଆପଡ଼ାର ବେବି ଗୁପ୍ତା।

ନୂଆପଡ଼ାର ଲାଲ୍‌ଜୀ ଗୁପ୍ତାଙ୍କ ଘରେ ଗତକାଲି ଏକ ଉତ୍ସବ ଥିଲା। ଉତ୍ସବରେ ଯୋଗ ଦେବାକୁ ନିଖିଲ ନିଜ ବାପା ମା’ଙ୍କ ସହ ଲାଲ୍‌ଜୀ ଗୁପ୍ତାଙ୍କ ଘରକୁ ଆସିଥିଲେ।

ଶୁକ୍ରବାର ଦିନ ସକାଳେ ନିଖିଲ ରେଳ ଟ୍ରାକ୍‌କୁ ପଳାଇଯାଉଥିବା ଦେଖି ଲାଲ୍‌ଜୀ ଗୁପ୍ତାଙ୍କ ପତ୍ନୀ ତାଙ୍କୁ ବଞ୍ଚାଇବାକୁ ଦୌଡ଼ିଥିଲେ। କିନ୍ତୁ ଟ୍ରାକ୍‌ରୁ ଫେରି ନ ପାରି ଉଭୟ ଟ୍ରେନ୍‌ରେ କଟିଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comment