ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାଚୀନକାଳରୁ ଚଳିଆସୁଥିବା ଏକ ଚିରାଚରିତ ପ୍ରଥା ରକ୍ଷାବନ୍ଧନ। ପବିତ୍ର ର।ଖୀ ପୂର୍ଣିମା ଅବସରରେ ଭଉଣୀ ନିଜର ସୁରକ୍ଷାକବଚ ରୂପେ ଭାଇ ହାତରେ ରାଖୀ ବାନ୍ଧି ଭାଇର ଶୁଭମନାସୀ ଥାନ୍ତି। ଏହିଭଳି ଏକ ପାରମ୍ପରିକ ବିଶ୍ଵାସକୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା କସ୍ତୁରବାଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଅଭିନବ ଢଂଗରେ ପାଳନ କରିଛନ୍ତି।

ଅନେକ ନଷ୍ଟ ହୋଇ ଯାଉଥିବା ସାମଗ୍ରୀ ଏବଂ କିଛି ସ୍ଵଳ୍ପ ମୂଲ୍ୟ  ଉପକରଣ ର ବିନିଯୋଗରେ ପିଲାମାନେ ନିଜ ହାତରେ ତିଅ।ରି କରିଥିଲେ ଏହି ରାଖୀ। ଏହାଫଳରେ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ପ୍ରତିଭା ବିକାଶର ସୁଯୋଗ ମିଲିଥିଲା ସେମାନଙ୍କୁ।

ନିଜ ହାତରେ ତିଅ।ରି କରିଥିବା ଏହି ରାଖୀକୁ ସେମାନେ ସେମାନଙ୍କ ଅଞ୍ଚଳର ଥିବା ବିଭିନ୍ନ ଛାତ୍ରାବାସର ଅନ୍ତେବାସୀ ଭାଇମାନଙ୍କ ହାତରେ ରାଖୀ ବାନ୍ଧିବା ସହିତ ସେ ଅଞ୍ଚଳର ପ୍ରମୁଖ ବ୍ୟକ୍ତି, ସରକାରୀ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏପରିକି ବାରିପଦାଠାରେ ଛାତ୍ରୀମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିପିସି ଏବଂ ଥାନାଧିକାରୀମାନଙ୍କୁ ବି ରାଖୀ ପିନ୍ଧାଇଥିବା ଦେଖାଯାଇଥିଲା।

ଅନେକ ଗ୍ରାମାଞ୍ଚଳରେ ଥିବା ଛାତ୍ରୀ ନିବାସର ଅନ୍ତେବାସୀମାନେ ପାରମ୍ପରିକ ପ୍ରଥାନୁସାରେ ଗୋମାତାଙ୍କଠାରୁ ଅ।ରମ୍ଭ କରି ଗଛକୁ ମଧ୍ୟ ରାଖୀବାନ୍ଧି ଭାଇଚାରାର ବାର୍ତ୍ତା ପ୍ରଚାର କରିଥିଲେ।

ମୟୂରଭଞ୍ଜ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ସହଯୋଗର ହାତ ବଢ଼ାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୨୬ଟି କସ୍ତୁରବା ଗାନ୍ଧି ଅ।ବାସିକ ବାଳିକା ବିଦ୍ୟାଳୟର ୨୬ ଶହ ଛାତ୍ରୀମାନେ ଏହି ପରି ଏକ ପାରମ୍ପରିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା।

କସ୍ତୁରବା ବିଦ୍ୟାଳୟର ଛାତ୍ରୀମାନେ ନୂଅ।କରି ଜିଲ୍ଲାରେ ଏକ ଭିନ୍ନ ପରମ୍ପରା ସୃଷ୍ଟି କରିପାରିଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here