ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁଶୁଡ଼ିଲା ରାଉଲକେଲାର ସିଭିଲ୍ ଟାଉନସିପରେ ଥିବା ପାଣି ଟାଙ୍କି। ୭୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପାଣି ଟାଙ୍କି ଭୁଶୁଡ଼ିବା ଫଳରେ ତଳେ ଥିବା ୱେସ୍କୋ ଅଫିସ୍‌ କୋଠା ଚୁନମାର ହୋଇଯାଇଛି।

ଟାଙ୍କି ତଳେ ଥିବା ଅନେକ ବାଇକ୍ ଓ ସାଇକେଲ୍ ମଧ୍ୟ ଚୂନା ହୋଇଯାଇଛି। ୱେସ୍କୋ ଅଫିସ୍‌ରେ କେହି ଥିଲେ କି ନାହିଁ ତାହା ଜଣାପଡ଼ିନାହିଁ।

ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା ଏହି ପାଣି ଟାଙ୍କି।

Comment