ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆନ ଗେମ୍ସରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୨୦୦ ମିଟର ଦୌଡ଼ରେ ପାଇନାଲକୁ ଉନ୍ନୀତ ହୋଇଛନ୍ତି। ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ରୌପ୍ୟ ଜିତିଥିବା ଦୂତିଙ୍କଠାରୁ ପୁଣି ଏକ ପଦକ ପାଇବାର ଆଶା ବୃଦ୍ଧି ପାଇଛି।

ସେମିଫାଇନାଲରେ ଦୂତି ୨୩ ସେକେଣ୍ଡରେ୨୦୦ ମିଟର ଦୌଡ଼ ପୂରା କରି ପଏଣ୍ଟ୍ ଟେବୁଲରେ ଶୀର୍ଷରେ ରହିଥିଲେ।

କ୍ୱାଲିଫାଇଙ୍ଗ ରାଉଣ୍ଡର ଚତୁର୍ଥ ହିଟରେ ରହିଥିବା ଦୂତି ଚାନ୍ଦ ଅନ୍ୟ ୭ ଜଣଙ୍କୁ ପଛରେ ପକାଇ ସେମିଫାଇନାଲରେ ପହଞ୍ଚିଥିଲେ। ଏହି ୨ ଶହ ମିଟର ଦୂରତାକୁ ଦୁତି ମାତ୍ର ୨୩. ୩୭ ସେକେଣ୍ଡରେ ଅତିକ୍ରମ କରିଥିଲେ। ବୁଧବାରଦିନ ଫାଇନାଲ ଖେଳାଯିବ।

ନିଜ ପ୍ରଦର୍ଶନ ବଳରେ ଦୂତି କେବଳ ରାଜ୍ୟ ନୁହେଁ ସମଗ୍ର ଦେଶକୁ ଗୌରବାନ୍ଵିତ କରିଛନ୍ତି। ଦୂତିଙ୍କ ଏହି ସଫଳତାରେ ତାଙ୍କୁ ଅଭିନନ୍ଦନ ଜଣାଇଛି ଓଡ଼ିଶା ଖଣି ନିଗମ।

Comment