ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଢ଼ ମାସ ତଳେ ଦିଲ୍ଲୀ ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଥିବା ପପୁ ପମପମଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପୁଣି ବିଗିଡ଼ି ଯାଇଛି।

ଓଲିଉଡ ଅଭିନେତା ପପୁ ପମପମ ପୁଣି ଅସୁସ୍ଥ। ପାଖାପାଖି ଦେଢ଼ ମାସ ତଳେ ଦିଲ୍ଲୀ ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଥିବା ପପୁଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପୁଣି ବିଗିଡ଼ି ଯାଇଛି। ଫଳରେ ତାଙ୍କୁ ପୁଣି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି।

ଦୁଇ ସପ୍ତାହ ତଳେ ପପୁଙ୍କ ସ୍ଵାସ୍ଥ୍ୟ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ଦିଲ୍ଲୀର ଏମ୍‌ସରେ ରଖାଯାଇ ଚିକିତ୍ସା କରାଯାଉଛି।

ଫୋର୍ ଇଡିୟଟସ୍‌ ଫିଲ୍ମ ସୁଟିଂରେ ପପୁ ଥାଇଲାଣ୍ଡ ଯାଇଥିଲେ। ସୁଟିଂ ଚାଲିଥିବା ବେଳେ ପପୁ ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ। ସୁଟିଂ ବାତିଲ କରି ସେ ଭୁବନେଶ୍ୱର ଫେରି ଆସିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ତୁରନ୍ତ ମେଡିକାଲରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ପପୁଙ୍କ ସ୍ୱାସ୍ଥ୍ୟରେ ଅଧିକ ଅବନତି ଦେଖାଦେଇଥିଲା। ଅଧିକ ଚିକିତ୍ସା ପାଇଁ ପପୁଙ୍କୁ ଦିଲ୍ଲୀ ଏମ୍ସ ପଠାଯାଇଥିଲା।

ପପୁ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା।। ପପୁଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ଆଡମିଟ ହୋଇ ଚିକିତ୍ସିତ ହେଉଥିଲେ। ପ୍ରାୟ ଦେଢ଼ମାସ ତଳେ ପପୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Comment