ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱରରୁ ଅହମ୍ମଦାବାଦକୁ ବିମାନସେବା ଆରମ୍ଭ ହେବ। ଯାତ୍ରୀଙ୍କୁ ପ୍ରତିଦିନ ଏହି ବିମାନସେବା ମିଳିବ।

ମଧ୍ୟାହ୍ନ ୧୧ଟା ୫୦ ମିନିଟରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ କରିବ ଏବଂ ଅପରାହ୍ଣ ୨ଟା୧୦ରେ ଅହମ୍ମଦାବାଦରେ ପହଞ୍ଚିବ। ସେହିପରି ଅହମ୍ମଦାବାଦରୁ ସକାଳ ୮ଟା୫୫ ମିନିଟରୁ ବିମାନ ଉଡ଼ାଣ କରିବ ଏବଂ ଦିନ ୧୧ଟା୨୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ‘ୱିଣ୍ଟର ସେଡ୍ୟୁଲ ପ୍ଲାନ’ ଘୋଷଣା ହୋଇଛି। ଏହି ନୂଆ ପ୍ଲାନ ଅନୁୟୀ ବିମାନ ଉଡ଼ାଣ ସଂଖ୍ୟା ୬୮ରେ ପହଞ୍ଚିବ। ବର୍ତ୍ତମାନ ଭୁବନେଶ୍ୱର ଏୟାରପୋର୍ଟରୁ ୪୨ଟି ବିମାନ ଉଡ଼ାଣ ହେଉଛି। ଏହି ନୂଆ ପ୍ଲାନରେ ଭୁବନେଶ୍ୱରରୁ କୋଏମ୍ବାଟୁରକୁ ମଧ୍ୟ ବିମାନସେବା ଆରମ୍ଭ ହେବ।

ସେହିପରି ଉଡାନ୍ ଯୋଜନାରେ ଭୁବନେଶ୍ୱରରୁ ରାୟପୁର, ରାଉରକେଲା ଓ ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ଆରମ୍ଭ ହେବ। ନୂଆ ପ୍ଲାନ ଅନୁଯାୟୀ ପ୍ରତିଦିନ ନୂଆଦିଲ୍ଲୀକୁ ୧୨ଟି, କୋଲକାତାକୁ ୧୭ଟି, ବେଙ୍ଗାଳୁରୁକୁ ୧୫ଟି, ହାଇଦ୍ରାବାଦ, ମୁମ୍ବାଇ ଓ ଚେନ୍ନାଇକୁ ୫ଟି ଲେଖାଏଁ ଏବଂ ଅହମ୍ମଦାବାଦ ଓ ରାୟପୁରକୁ ୨ଟି ବିମାନ ଉଡାଣ କରିବ।

ଭାଇଜାଗ, କୋଏମ୍ବାଟୁର, ଝାରସୁଗୁଡ଼ା, ରାଉରକେଲା, କୁଆଲାଲୁମ୍ପରକୁ ଗୋଟିଏ ଲେଖାଏଁ ବିମାନ ଉଡ଼ାଣ କରିବ।

Comment