ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୦ ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବା ଡକ୍ଟର ଅରୁଣ କୁମାର ସାହୁଙ୍କୁ ନୟାଗଡ଼ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଅଗଷ୍ଟ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରୁଣଙ୍କ ସମେତ ୨୩ ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରିଥିଲେ। ଅରୁଣଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବିଧାନସଭାରେ ନିଜର ଆଚରଣ ପାଇଁ ଡକ୍ଟର ସାହୁ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବା ବହୁ ବିଶିଷ୍ଟ ବ୍ୟକ୍ତି ସମ୍ବର୍ଦ୍ଧନା ଉତ୍ସବରେ ମତବ୍ୟକ୍ତ କରିଛନ୍ତି।

ଗୁରୁବାର ଅପରାହ୍ଣରେ ନୟାଗଡ଼ ନିର୍ବାଚନମଣ୍ଡଳୀ ବିଜିପୁରଠାରୁ ଅରୁଣଙ୍କୁ ତାଙ୍କ ସମର୍ଥକମାନେ ଶୋଭାଯାତ୍ରାରେ ନୟାଗଡ଼ ଅଭିମୁଖେ ପାଛୋଟି ନେଇଥିଲେ। ବିଭିନ୍ନ ଛକ ଓ ବଜାରରେ ଅପେକ୍ଷା କରିଥିବା ଦଳୀୟ କର୍ମୀ ଓ ସମର୍ଥକମାନେ ବିଧାୟକଙ୍କୁ ସ୍ୱାଗତ କରିଥିଲେ। ନୟାଗଡ଼ ସହରରେ ହଜାର ହଜାର ସମର୍ଥକଙ୍କ ଗହଣରେ ଅରୁଣ ପଦଯାତ୍ରାରେ ଯାଇ ବସଷ୍ଟାଣ୍ଡଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଅରୁଣଙ୍କୁ ୧୬୫ଟି ସଂଗଠନ ଓ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶିର୍ବାଦ ପାଇଁ ସର୍ବଦା ଋଣି ହୋଇ ରହିବି ବୋଲି ଅରୁଣ କହିଥିଲେ।

ସମ୍ବର୍ଦ୍ଧନା ସଭାରେ ରୋଟାରୀୟାନ ପ୍ରମୋଦ ପଟ୍ଟନାୟକ, ଶିକ୍ଷାବିତ୍ ବିଜୟ କୁମାର ଚୌଧୁରୀ, ନଗରପାଳ ଗୁରୁପ୍ରସାଦ ଜେନାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Comment