ଓଡ଼ିଶାଲାଇଭ୍ ବ୍ୟୁରୋ

୧୮ତମ ଏସିଆନ୍ ଗେମ୍‌ସରେ ବକ୍ସର ଅମିତ ପଙ୍ଘଲଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ

୧୮ତମ ଏସିଆନ୍ ଗେମ୍‌ସରେ ଭାରତୀୟ ଖେଳାଳିମାନେ ଚିତାକର୍ଷକ ପ୍ରଦର୍ଶନ କରିଚାଲିଛନ୍ତି। ଏଥିରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛନ୍ତି ବକ୍ସର ଅମିତ ପଙ୍ଘଲ। ପୁରୁଷ ବର୍ଗର ୪୯କେଜି ଫାଇନାଲରେ ରିଓ ଅଲମ୍ପିକ୍ସର ଚାମ୍ପିଅନ୍ ଉଜବେକିସ୍ତାନ ହସନବୟ ଦୁସମାତୋବଙ୍କୁ ହରାଇ ୨୦୧୮ ଏସିଆନ୍ ଗେମ୍‌ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅମିତ।

୨୨ବର୍ଷୀୟ ଅମିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିବା ଏକମାତ୍ର ଭାରତୀୟ ବକ୍ସର। ଏହା ପୂର୍ବରୁ ଅମିତ୍ ୨୦୧୮ କମନୱେଲ୍‌ଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ଅମିତଙ୍କର ଏହି ବିଜୟ ସହିତ ଭାରତ ଏବେ ସୁଦ୍ଧା ସର୍ବମୋଟ ସ୍ୱର୍ଣ୍ଣ ୧୪ଟି, ରୌପ୍ୟ ୨୩ଟି ଏବଂ ବ୍ରୋଞ୍ଜ ୨୯ଟି ପଦକ ଜିତି ସାରିଛି।

Comment