ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆନ୍‌ ଗେମ୍ସରେ ଭାରତର ମହିଳା ସୁଟର ରାହି ସର୍ଣ୍ଣୋବତ ଜିତିଛନ୍ତି ସ୍ଵର୍ଣ୍ଣ ପଦକ। ପ୍ରଥମ ଭାରତୀୟ ମହିଳା ଭାବେ ସେ ଏହି କୃତିତ୍ଵ ହାସଲ କରିଛନ୍ତି।

୧୮ତମ ଏସିଆନ୍‌ ଗେମ୍ସରେ ଭାରତକୁ ପୁଣି ସ୍ଵର୍ଣ୍ଣ। ଭାରତ ପାଇଁ ଚତୁର୍ଥ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ରାହି ସର୍ଣ୍ଣୋବତ। ପ୍ରଥମ ମହିଳା ଭାବେ ରାହି ସୁଟିଂରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ଏସିଆନ୍ ଗେମ୍ସର ଚତୁର୍ଥ ଦିନରେ ବୁଧବାର ଦିନ ୨୫ ମିଟର ପିଷ୍ଟଲ ଚାଳନା ପ୍ରତିଯୋଗିତାରେ ରାହି ଥାଇଲାଣ୍ଡର ନାପଶାବନଙ୍କୁ ସୁଟଆଉଟରେ ୩-୨ରେ ପରାସ୍ତ କରିଛନ୍ତି।

ଏହାସହ ଭାରତ ମୋଟ ପଦକ ସଂଖ୍ୟା ୧୧ରେ ପହଞ୍ଚିଛି। ସେଥିମଧ୍ୟରେ ରହିଛି ୪ଟି ସ୍ଵର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଚ।

Comment