ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତିରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଭିନେଶ ଫୋଗଟ।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ଏକ ସ୍ଵର୍ଣ୍ଣ। ମହିଳା ବର୍ଗ କୁସ୍ତି ବିଭାଗରେ ଭାରତ ପାଇଁ ସ୍ଵର୍ଣ୍ଣ ଜିତିଲେ ଭିନେଶ୍ ଫୋଗଟ। ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତିରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଭିନେଶ। ଚଳିତ ଏସୀୟ କ୍ରୀଡ଼ା ଦ୍ଵିତୀୟ ଦିନରେ ୫୦ କିଲୋଗ୍ରାମ ବର୍ଗରେ ଏହି ପଦକ ଜିତିଛନ୍ତି ଭିନେଶ।

ଫାଇନାଲରେ ଭିନେଶ ଜାପାନ ପ୍ରତିଯୋଗୀ ୟୁକି ହରିଙ୍କୁ ୬-୨ରେ ପରାସ୍ତ କରି ପ୍ରଥମଥର ପାଇଁ ଏସିଆନ୍‌ ଗେମ୍ସରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ଗତ ଏସିଆନ୍ ଗେମ୍ସରେ ଭିନେଶ୍ ବ୍ରୋଞ୍ଚ ପଦକ ଜିତିଥିଲେ। ଚଳିତ ଏସିଆନ୍‌ ଗେମ୍ସରେ ସେ ଜବରଦସ୍ତ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ଭାରତ ଏଯାବତ୍ ମୋଟ ୫ଟି ପଦକ ଜିତିଛି। ସେଥିମଧ୍ୟରୁ ୨ଟି ସ୍ଵର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ।

Comment