ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷା ଆଣିଲା ବୈତରଣୀରେ ବନ୍ୟା।

ଲଗାଣ ବର୍ଷାରେ ବୈତରଣୀରେ ଆସିଛି ବନ୍ୟା। ଆଖୁଆପଦା ନିକଟରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି। ଭଦ୍ରକ ସହର ସମେତ ଚାନ୍ଦବାଲି, ଧାମନଗର, ଭଣ୍ଡାରିପୋଖରୀ ବ୍ଳକର ୧୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି। ଗାଁ ଏବଂ ଜାଷଜମି ଜଳମଗ୍ନ ହୋଇଛି।

ଯାଜପୁର ଜିଲ୍ଲାର ଅଧିକାଂଶ ଗାଁରେ ମଧ୍ୟ ପଶିଛି ବନ୍ୟା ପାଣି। ଯାଜପୁର ବ୍ଲକ ସମେତ, କୋରେଇ, ଦଶରଥପୁର, ବିଞ୍ଝାରପୁର ଓ ଯାଜପୁର ବ୍ଲକର ଶତାଧିକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଦଶରଥପୁର ବ୍ଳକରେ ସର୍ବାଧିକ କ୍ଷତି ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାର କିଛି ଗାଁରେ ପଶିଛି ବନ୍ୟା ପାଣି।

ଫଳରେ ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆର୍‌ଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ଯାଜପୁର ଓ ଭଦ୍ରକରେ ୬ଟି ଲେଖାଏଁ ପାୱାରବୋଟ୍ ରଖାଯାଇଛି।

ଯାଜପୁର ଓ ଭଦ୍ରକକୁ ଶହେ ଟନ୍ ଲେଖାଏଁ ଗୋ’ଖାଦ୍ୟ ପଠାଯାଇଥିବା ବେଳେ ବିଞ୍ଝାରପୁର ବ୍ଲକର ୩ ହଜାର ୪୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

Comment