ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ବିଭିନ୍ନ ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଥିଲା। ଏହି ଆନ୍ଦୋଳନକୁ ଜିଲ୍ଲା ଓକିଲ ସଂଘ ସମର୍ଥନ କରିଥିଲା। ଫଳରେ ଦୋକାନ ବଜାର, ଯାନବାହନ ଚଳାଚଳ, ସ୍କୁଲ କଲେଜ ସବୁ ବନ୍ଦ ରହିଥିଲା। ଜିଲ୍ଲାର ଵିଭିନ୍ନ ସରକାରୀ ଅଫିସ, କୋର୍ଟ କଚେରୀ, ବ୍ୟାଙ୍କ ପୋଷ୍ଟ ଅଫିସ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି।

ମୟୂରଭଞ୍ଜ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ଵେଞ୍ଚ ପ୍ରତିଷ୍ଠା, ବାରିପଦା ଅର୍ବାନ କୋପରେଟିଭ ଵ୍ୟାଙ୍କର ଜମାକାରୀମାନଙ୍କ ସମସ୍ୟାର ସମାଧାନ, ଜିଲ୍ଲାରେ ରେଳବାଇର ଵିକାଶ ଦାବି ନେଇ ଜେଏମଏମ ପକ୍ଷରୁ ଏହି ଵନ୍ଦ ଡାକରା ଦିଆଯାଇଛି।

ଜେଏମ୍‌ଏମ୍‌ କର୍ମୀମାନେ ଜାତୀୟ ରାଜପଥ ସମେତ ଵିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ।

Comment